
ଧର୍ମଶାଳା – ଯାଜପୁର ଜିଲା ରସୁଲପୁର ବ୍ଲକ ଅଳପୁଆ ଅଂଚଳରେ ଜଣେ ନାବାଳିକାକୁ ଅହରଣ କରି ନେଇଥିବା ନେଇ ବ୍ରହ୍ମବରଦା ଥାନାରେ ଅଭିଯୋଗ ହୋଇଛି । ନାବଳିକାର ସମ୍ପର୍କୀୟ ଭାଇ ଏନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଅପହରଣକାରୀଙ୍କ ସହଯୋଗୀକୁ ପୋଲିସ ସନ୍ଦେହରେ ଅଟକ ରଖି ପଚରାଉଚୁରା କରୁଥିବା ଜଣାପଡିଛି ।
ଅଭିଯୋଗ ମୁତାବକ,ବ୍ରହ୍ମବରଦା ଥାନା ଅନ୍ତର୍ଗତ ଅର୍ଥଙ୍ଗା ପଂଚାୟତ ଅଂଚଳର ଜଣେ ନାବାଳିକା ଘରେ ଶୋଇଥିଲେ । ତେବେ ବିଳମ୍ବିତ ରାତିରେ ଝିଅ ଘରେ ନ ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ । ବହୁ ଖୋଜାଖୋଜି କରିବା ପରେ ତାର ସନ୍ଦାନ ପାଇ ନ ଥିଲେ । ନିରାଶ ହେବା ପରେ ସମ୍ପର୍କୀୟ ଭାଇ ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ କରି ସହଯୋଗୀକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ।