
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଗୋବର୍ଦ୍ଧନ ପୀଠ, ଶଙ୍କରାଚାର୍ୟ ମଠ ଅନ୍ତର୍ଗତ ଜିରାକନ୍ଦି, ଚନ୍ଦନପୁର ସ୍ଥିତ “ପଞ୍ଚବଟୀ ଗୋଶାଳା”ର ପରିଦର୍ଶନରେ
ଓଡିଶା ସରକାରଙ୍କ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଶୁକ୍ରବାର ଅପରାହ୍ନ ସମୟରେ ଗୋଶାଳାରେ ପହଞ୍ଚିବା ସହ ସେଠାରେ ହୋଇଥିବା ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ତଥା ବିଦ୍ୟୁତକରଣକୁ ଉଦଘାଟନ କରିବା ସହ ରାଜ୍ୟରେ ଗୋସମ୍ପଦର ସୁରକ୍ଷା, ଜୈବିକ କୃଷି ଓ କୃଷକ ମାନଙ୍କୁ ପ୍ରଶିକ୍ଷଣ ଦିଗରେ ଗୋଶାଳାର ଭୂମିକା ଉପରେ ଆଲୋକପାତ କରିଛନ୍ତି l ଏହି କାର୍ଯ୍ୟକ୍ରମରେ ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ବ୍ରହ୍ମଗିରି, ବିଧାୟକ ଶ୍ରୀଯୁକ୍ତ ଓମ୍ ପ୍ରକାଶ ମିଶ୍ର ସତ୍ଯବାଦୀ ଉପସ୍ଥିତ ରହିବା ସହ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ପରେ ସନ୍ଧ୍ୟା ସମୟରେ ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ଗୋବର୍ଦ୍ଧନ ପୀଠକୁ ଆସି ଗୋବର୍ଦ୍ଧନ ପୀଠାଧିଶ୍ବର ଶ୍ରୀମଦ୍ ଜଗଦଗୁରୁ ଶଙ୍କରାଚାର୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ ମହାରାଜଙ୍କ ଦର୍ଶନ ଓ ଆଶୀର୍ବାଦ ଗ୍ରହଣ କରିଛନ୍ତି | ଏହି ସୂଚନା ଗୋବର୍ଦ୍ଧନ ପୀଠ, ଶଙ୍କରାଚାର୍ୟ ମଠ ପୁରୀ ତରଫରୁ ଗଣମାଧ୍ୟମ ସଚିବ ଦେବାଶିଷ ମିଶ୍ର ସୂଚନା ପ୍ରଦାନ କରିଛନ୍ତି|