
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଶୁକ୍ରବାର ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ରାଜସ୍ବ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରିବା ସହ ରାଜସ୍ବ ଆଦାୟ ର ଧାର୍ଯ୍ୟ ଲକ୍ଷ୍ୟ କୁ ପୂରଣ ପାଇଁ ସମସ୍ତ ରାଜସ୍ବ ଅଧିକାରୀ ଓ କର୍ମଚାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ସେହିପରି ରାଜସ୍ବ ମାମଲା ଗୁଡିକର ତ୍ବରାନ୍ବିତ ସମାଧାନ, ସାଧାରଣ ଲୋକଙ୍କୁ ଉପଯୁକ୍ତ ସମୟ ଅବଧି ରେ ବବିଧ ରାଜସ୍ବ ପ୍ରମାଣପତ୍ର ପ୍ରଦାନ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ।ସରକାରୀ ଜମିର ସୁରକ୍ଷା, ଭୂମି ହୀନ ଙ୍କୁ ଚିହ୍ନଟ, ବିଭିନ୍ନ ପ୍ରକଳ୍ପ ପାଇଁ ଭୂମି ଚିହ୍ନଟ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜମି ଚିହ୍ନଟ, ମୋଟର ଯାନ ରାଜସ୍ବ ସଂଗ୍ରହ, ଅବକାରୀ ରାଜସ୍ବ, ଷ୍ଟାମ୍ପ ଡ୍ୟୁଟି,ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ଜମି ଚିହ୍ନଟ ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା କରାଯିବା ସହ ରାଜସ୍ବ ଅଧିକାରୀ ମାନଙ୍କୁ ଉପଯୁକ୍ତ ପଦକ୍ଷେପ ପାଇଁ ପରାମର୍ଶ ଦିଆଯାଇଥିଲା।