ଏହି ମାର୍ଗରେ ନୂତନ ମେମୁ ଟ୍ରେନ ପ୍ରଚଳନ ହେବାପରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ କୁ ଅପସାରିତ କରାଯିବ । ଏହି ମେମୁ ଟ୍ରେନ ୬୮୪୨୫/୬୮୪୨୬ କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ ଭାବେ ଭୁବନେଶ୍ୱର ଠାରୁ ଚଳିତ ମାସ ୧୨ ତାରିଖ ଠାରୁ ଏବଂ ୧୩ ତାରିଖ ଠାରୁ କେନ୍ଦୁଝରଗଡ଼ରୁ ଚଳାଚଳ କରିବ । ଏହି ମେମୁ ପୂର୍ବ ପାସେଞ୍ଜର ଟ୍ରେନର ସ୍ଥିରୀକୃତ ଷ୍ଟେସନ ଓ ସମୟ ସାରଣୀ ଅନୁଯାୟୀ ଭୁବନେଶ୍ୱର ଓ କେନ୍ଦୁଝରଗଡ ମଧ୍ୟରେ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ଅନୁଗୁଳ-ପୁରୀ ମେମୁ ଟ୍ରେନ ରେ ୪ଟି ଅତିରିକ୍ତ କୋଚ ସଂଯୋଗ ସହ ୧୬ଟି କୋଚ ରେ ଚଳାଚଳ କରିବ । ଅନୁଗୁଳ ଓ ପୁରୀ ମଧ୍ୟରେ ଚଳାଚଳ କରୁଥିବା ୬୮୪୨୨/୬୮୪୨୧ ପୁରୀ-ଅନୁଗୁଳ-ପୁରୀ ମେମୁ ଟ୍ରେନ ରେ ଦୈନନ୍ଦିନ ଯାତ୍ରୀମାନଙ୍କର ଭିଡକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଏହି ଟ୍ରେନରେ ଆହୁରି ୪ଟି ଅତିରିକ୍ତ ବଗି ସ୍ଥାୟୀ ଭାବେ ସଂଯୋଗ କରିବା ପାଇଁ ସ୍ଥିର କରାଯାଇଛି । ଏହି ଟ୍ରେନ ଭୁବନେଶ୍ୱର ଠାରୁ ଚଳିତ ମାସ ୧୧ ତାରିଖ ଠାରୁ ଭୁବନେଶ୍ୱର ଠାରୁ ଏବଂ ୧୨ ତାରିଖ ଠାରୁ ଅନୁଗୁଳରୁ ଏହାର ପୂର୍ବ ଗଠନ ୧୨ କୋଚ ବଦଳରେ ୧୬ଟି କୋଚ ରେ ଚଳାଚଳ କରିବ । ଏହା ଓଡିଶା ଅଂଚଳରେ ଦୀର୍ଘ ପଥ ମେମୁ ଟ୍ରେନ ଅଟେ ।