
ଭୁବନେଶ୍ୱର– ଆସନ୍ତା ୨୪ ତାରିଖ ଦିନ ରାଜ୍ୟ ସାରା କଂଗ୍ରେସ ପାଳନ କରିବ ଶ୍ରଦ୍ଧାଞ୍ଜଳି ଦିବସ। ପିସିସି ସଭାପତି ଭକ୍ତ ଚରଣ ଦାସ ଶୁକ୍ରବାର ଏହି ଘୋଷଣା କରିଛନ୍ତି।
୨୪ ତାରିଖରେ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ଶ୍ରାଦ୍ଧ ଦିବସ ଥିବାରୁ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି କଂଗ୍ରେସ। ଏହି କାର୍ଯ୍ୟକ୍ରମରେ କଂଗ୍ରେସ ସହ ୮ ବାମ ପନ୍ଥୀ ଦଳ ସାମିଲ ହେବେ।