
ଭୁବନେଶ୍ୱର-ରେଭେନ୍ସା ୟୁନିଭର୍ସିଟି ମହିଳା ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରୀମାନଙ୍କୁ ସନ୍ଧ୍ୟା 5:30ଟା ପରେ କ୍ୟାମ୍ପସରେ ରହିବାକୁ ନିଷେଧ କରିଥିବା ଆଦେଶକୁ ପ୍ରତ୍ୟାହୃତ କରିଛି । ଏହି ବିବାଦସ୍ପଦ ଆଦେଶ 17 ଜୁଲାଇ ତାରିଖରେ ଜାରି କରାଯାଇଥିଲା ଓ ପ୍ରବଳ ବିରୋଧ ପରେ ପରବର୍ତ୍ତୀ ଦିନ ଏହାକୁ ବାତିଲ କରାଯାଇଛି।
ଏହି ଆଦେଶ ବିଶ୍ୱବିଦ୍ୟାଳୟର କୁଳସଚିବ ଦ୍ୱାରା କୁଳପତିଙ୍କ ପକ୍ଷରୁ ଜାରି କରାଯାଇଥିଲା, ଯେଉଁଥିରେ ସୁରକ୍ଷା କାରଣ ଦେଖାଇ ଲେଖାଯାଇଥିଲା ଯେ, “କୌଣସି ମହିଳା ଶିକ୍ଷୟିତ୍ରୀ, କର୍ମଚାରୀ କିମ୍ବା ଛାତ୍ରୀ ସନ୍ଧ୍ୟା 5:30 ପରେ କାର୍ଯ୍ୟସ୍ଥଳ କିମ୍ବା କ୍ୟାମ୍ପସରେ ରହିପାରିବେ ନାହିଁ। ଏହି ନିଷ୍ପତ୍ତି ପରବର୍ତ୍ତୀ ଔପଚାରିକ ‘ଷ୍ଟ୍ୟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର’ ଜାରିନହେବା ଯାଏ ବଳବତର ରହିବ , ଯାହା କାର୍ଯ୍ୟ ସମୟ ଓ ସୁରକ୍ଷା ବ୍ୟବସ୍ଥା ସହିତ ସମ୍ବନ୍ଧିତ ନିର୍ଦ୍ଦେଶନାମାକୁ ସ୍ପଷ୍ଟ କରିବ।”
ଆଦେଶ ଜାରି ହେବା ପରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ସାମାଜିକ ସଂଗଠନ ପକ୍ଷରୁ ତୀବ୍ର କରାଯାଇଥିଲା। ଏହାର ପରିଣାମ ସ୍ୱରୂପ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏହି ଆଦେଶକୁ ତୁରନ୍ତ ପ୍ରଭାବରେ ବାତିଲ କରିଦେଇଛି।
ବିଶ୍ୱବିଦ୍ୟାଳୟ ସୂତ୍ର ଅନୁଯାୟୀ, ବର୍ତ୍ତମାନ ଏକ ନୂଆ ଓ ଲିଙ୍ଗଗତ ଭାବେ ନିରପେକ୍ଷ ‘ଷ୍ଟ୍ୟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର’ ପ୍ରସ୍ତୁତ କରାଯାଉଛି, ଯାହା ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବ।