
ଭୁବନେଶ୍ୱର– ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଜୁଏଲ ଓରାମ କହିଛନ୍ତି ଯେ, ଆଜି ଭୁବନେଶ୍ୱର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପୁନଃ ନିର୍ବାଚିତର ଅଧ୍ୟକ୍ଷ ଶ୍ରୀ ମନମୋହନ ସାମଲଙ୍କୁ ଭେଟି ତାଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଲି । ତାଙ୍କ ସହ ରାଜ୍ୟର ସଂଗଠନ ମହାମନ୍ତ୍ରୀ ଶ୍ରୀ ମାନସ ମହାନ୍ତି ଉପସ୍ଥିତ ଥିଲେ ।