
ଘଟଗାଁ– ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ତ୍ରିଧାରା ଅନୁଷ୍ଠାନ ଦ୍ୱାରା ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଗୁରୁ ଡ. ଦେବପ୍ରସାଦ ଦାସଙ୍କ ୩୯ତମ ଶ୍ରଦ୍ଧାଞ୍ଜଳି ସମାରୋହର ଦ୍ୱିତୀୟ ଦିବସରେ କେନ୍ଦୁଝର ଜିଲ୍ଲାର ଘଟଗାଁ ମା ତାରିଣୀଙ୍କ ପୀଠରେ ଗଢି ଉଠିଥିବା ମା ତାରିଣୀ ନୃତ୍ୟ ଶିକ୍ଷାକେନ୍ଦ୍ରର ୬ ଜଣ ନୃତ୍ୟଶିଳ୍ପୀ ଓଡିଶୀ ନୃତ୍ୟ ପରିବେଷଣ କରି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ୱାରା ସମ୍ମାନୀତ ହୋଇଛନ୍ତି । ଏହି ଅବସରରେ ନୃତ୍ୟ ଗୁରୁ ସଞ୍ଜୟ କୁମାର ଦାସଙ୍କୁ ଓଡିଶୀ ନୃତ୍ୟ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ତ୍ରିଧାର ନିର୍ଦେଶକ ତଥା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡିଶୀ ନୃତ୍ୟ ଗୁରୁ ଡ. ଗଜେନ୍ଦ୍ର ପଣ୍ଡା, ତ୍ରିଧାରର ସଭାପତି ସିମଞ୍ଚଲ୍ ପଣ୍ଡା ଉପସ୍ଥିତ ଥିଲେ। ମା ତାରିଣୀ ନୃତ୍ୟ ଶିକ୍ଷା କେନ୍ଦ୍ର ର ଗୁରୁ ସଞ୍ଜୟ କୁମାର ଦାସ ନୃତ୍ୟ ଶିଳ୍ପୀ ମୋନାଲିସା ପାତ୍ର ଅଙ୍କିତା ଜେନା ସୁନୀତା ଦାସ ଲକ୍ଷ୍ମୀ ପ୍ରାୟ ପାତ୍ର ସୁନୟନା ଷଡ଼ଙ୍ଗୀ ଦ୍ୱାରା ଓଡ଼ିଶୀ ନୃତ୍ୟରେ ଶିବ ତାଣ୍ଡବ ପରିବେଷଣ କରି ଦର୍ଶକ ମାନଙ୍କ ବିପୁଳ କରତାଳି ମାଧ୍ୟମରେ ଆଦୃତ କରିଥିଲେ। ଏହା ଆମ କେନ୍ଦୁଝର ଜିଲ୍ଲା ଏବଂ ଘଟଗାଁ ମା ତାରିଣୀ ପୀଠ ପାଇଁ ଗୌରବ ଆଣିଦେଇଛି।