
oplus_0
ଜୟପୁର– ବାଲେଶ୍ୱର ସ୍ଥିତ ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଓ ଯୌନ ନିର୍ଯାତନା ଘଟଣାକୁ ବିରୋଧ କରି କଂଗ୍ରେସ ସହ ସିପିଆଇ ତଳ ତରଫରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ଜୟପୁରରେ ମଧ୍ୟ ଦେଖିବାକୁ ମେଳିଛି । ଆଜି ସକାଳ ୬ ଟାରୁ ଦୋକାନ ବଜାର, ସ୍କୁଲ, କଲେଜ, ପେଟ୍ରୋଲ ପମ୍ପ, ଚକ, ଅଖ ବନ୍ଦ ରହିଛି । କଂଗ୍ରେସ ଦଳ ତରଫର ବାରିଣିପୁଟ, ଗାନ୍ଧୀ ଛକ, ବାମୁଣି ଗାଁ, ଆମ୍ବାଗୁଡାରେ ପିକେଟିଂ କରାଯିବା ସହ ବାଇକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ । ବିଧାୟକ ତାରା ପ୍ରସାଦ ବାହିନିପତି ମୁଖ୍ୟ ଟ୍ରାଫିକ ଛକ ନିକଟରେ ପହଞ୍ଚି ଥିଲେ । ଛାତ୍ରୀ ର ପରିବାରକୁ ନ୍ୟାୟ ଦେବା ଦାବିରେ ଓଡିଶା ବନ୍ଦ କରି ରାଜ ରାସ୍ତାକୁ କଂଗ୍ରେସ ଓହ୍ଲାଇଛି ଆଗାମି ଦିନରେ ମଧ୍ୟ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇବ । ସେହିପରି ସିପିଆଇ ତରଫରୁ ମଧ୍ୟ ଶୋଭାଯାତ୍ରା ବାହାର କରାଯାଇ ଲୋକଙ୍କୁ ସଚେତନ କରାଯାଇଛି । ସିପିଆଇ ଜିଲା ସମ୍ପାଦକ ଯୁଧଷ୍ଟିର ରାଉଳ, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ପ୍ରମୋଦ ମହାନ୍ତି, ରାମ କୃଷ୍ଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
କଂଗ୍ରେସ ତରଫରୁ ନଗର କଂଗ୍ରେସ ସଭାପତି ନରେନ୍ଦ୍ର ମହନ୍ତି, ପ୍ରଣବ ନାୟକ, ପ୍ରଣୟ ସର୍ମା ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ,ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ଇସ୍ତାଫା ଦାବି କରିବା ସହ ପିଡିତାର ପରିବାରକୁ ନ୍ୟାୟ ଦେବା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।