
ଭୁବନେଶ୍ୱର.ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧୀନରେ ଥିବା ୫୪ ଗୋଟି ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର କନିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପାଇଁ ୪ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସେଞ୍ଚୁରୀୟନ ୟୁନିଭେର୍ସିଟି (CUTM) ଜଟଣୀ ଓ ପାରଳାଖେମୁଣ୍ଡି ଠାରେ ଆୟୋଜିତ ହେଉଅଛି।
ଏହି ପ୍ରଶିକ୍ଷଣ ରେ ଜଟଣୀ ଠାରେ ୬ଗୋଟି କର୍ମଵିଦ୍ୟା ଯଥା Tourism & Hospitality, SPEFL, CRM,Insurance, OM,BFSI ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ପ୍ରଶିକ୍ଷଣ ଗ୍ରହଣ କରୁଥିବା ବେଳେ ପାରଳାଖେମୁଣ୍ଡି ଠାରେ ହଟିକଲଚର, ସେରିକଲଚର ଓ ଇନଲାଣ୍ଡ ଫିସରିସ ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି।
ଆଜିର ଉଦଘାଟନୀ ଅଧିବେଶନରେ ଜଟଣୀ ଠାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ର ନିର୍ଦ୍ଦେଶକ ଶ୍ରୀ ରଘୁରାମ ଆର ଆୟାର , ସି ୟୁ ଟି ଏମ ର ଉପକୂଳପତି ପ୍ରଫେସର ଡ଼ଃ ସୁପ୍ରିୟା ପଟ୍ଟନାୟକ, ପ୍ରୋ-ଭିସି ଡ଼ଃ ଅଜୟ କୁମାର ନାୟକ ଓ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟ ର ଉପ ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଉଦଘାଟନୀ ଅଧିବେଶନ ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ର ନିର୍ଦ୍ଦେଶକ ଶ୍ରୀ ଆୟାର ଏହି ତାଲିମ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଧନ୍ଦାମୂଳକ ଶିକ୍ଷାର ଗୁରୁତ୍ୱ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ।ସେହିପରି ଉପକୂଳପତି ପ୍ରଫେସର ପଟ୍ଟନାୟକ ଧନ୍ଦା ମୂଳକ ଶିକ୍ଷା ରେ ଦକ୍ଷତା ବିକାଶ ର ଭୂମିକା ବିଷୟରେ ନିଜ ମନ୍ତବ୍ୟ ପ୍ରକାଶ କରିଥିଲେ। ସର୍ବଶେଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ଗବେଷଣା ସହାୟିକା ଶ୍ରୀମତୀ ସ୍ମିତାରେଖା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ପାରଳାଖେମୁଣ୍ଡି ଠାରେ ଉଦଘାଟନୀ ଅଧିବେଶନ ରେ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମାୟାଧର ସାହୁ ଯୋଗଦେଇଥିଲେ।