
ଭୁବନେଶ୍ୱର– ବିରୋଧୀ ଦଳ ନିଜ ଭୁମିକା ନିଭାନ୍ତୁ। ବାଲେଶ୍ୱର ଏଫ ଏମ କଲେଜରେ ସମ୍ବେଦିନଶୀଳ ଘଟଣା ଘଟିଲା ସରକାର ପ୍ରୋଆକ୍ଟିଭ ହୋଇ ସବୁ ପଦକ୍ଷେପ ନେଲେ।୨ ଜଣ ନିଲମ୍ବନ ହେଲେ ଓ ଗିରଫ ହେଲେ। ଆଗକୁ ଆହୁରି କଠୋର କାର୍ଯ୍ୟନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣ କରି ସାରିଛନ୍ତି। ସବୁ କଥାରେ ରାଜନୈତିକ ରୁଟି ନ ସେକିବା ସୁସ୍ଥ ମାନସିକତା। କିନ୍ତୁ ବିରୋଧୀ ସବୁ ଘଟଣାରେ ଶାଗୁଣା ପରି ଝାମ୍ପି ପଡିବା ସେଥିରୁ ନିବୃତ ରହିବା ଆବଶ୍ୟକତା ଅଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦ କହିଛନ୍ତି। ସେ କହିଛନ୍ତିମୃତା ଛାତ୍ରୀଙ୍କ ବାପା ମାଙ୍କ ବାରଣ ସତ୍ୱେ ବିରୋଧୀ ଦଳ ଏହାକୁ ରାଜନୀତି କରଣ କରିବା , ଝିଅ ବଂଚିଥିବା ବେଳେ ତାକୁ ଅପମାନିତ କଥା କହି ଏବେ ନ୍ୟାୟ ଭିକ୍ଷା କରିବା ଅତ୍ୟନ୍ତ ଅପ୍ରସାଙ୍ଗିକ ଓ ଗ୍ରହଣୀୟ ନୁହେଁ। ସେ ଝିଅର କଷ୍ଟକୁ ବଢାଇବାରେ ଯାହାର ବି ସାମାନ୍ୟ ଲିଙ୍କ ଅଛି ସମସ୍ତଙ୍କୁ ତଦନ୍ତ ପରିସରକୁ ଅଣାଯିବ। ମାମଲାକୁ ବିରୋଧୀ ଦଳ ଭୁଲ ବାଟରେ ଟାଣିବାକୁ ଚେଷ୍ଟା କରୁଛନ୍ତି। ସାରୁ ଖୋଳୁ ଖୋଳୁ ମହାଦେବ ଭଳି ଦୁନିଆ କଥା ଆସିବ। କିଏ କେଉଁ ଦଳ ସହ ସମ୍ପୃକ୍ତ ଥିଲେ। ସମସ୍ତ କ୍ୟାମ୍ପସର ସ୍ଥିତି ଉପରେ ସରକାର ନଜର ରଖିଛନ୍ତି। ସବୁ କ୍ୟାମ୍ପସ କମିଟିକୁ ପୁନଃ ଗଠନ କରାଯିବ।