
ଭୁବନେଶ୍ୱର– ବିଜେଡି ପକ୍ଷରୁ ଲୋକସେବା ଭବନ ଉଦ୍ୟମ ବେଳେ ଧସ୍ତାଧସ୍ତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୁରେଶ ଦେବଦତ ସିଂ। ବୁଧବାର ଲୋୟର ପିଏମଜିରେ ବିଜେଡି ର ପ୍ରତିବାଦ ବେଳେ ୭ ଜଣ ପୋଲିସ କର୍ମୀ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରତିବାଦ ସମୟରେ ପୋଲିସ ଓ ବିଜେଡି ନେତା ମୁଁହାମୁହିଁ ହୋଇଥିଲେ। ଏହାରି ଭିତରେ ବିଜେଡି ନେତାଙ୍କ ସହ ପୋଲିସ ବି ଆହତ ହୋଇଛନ୍ତି। ପୋଲିସ କମିଶନର ସୁରେଶ ଦେବ ଦତ ସିଂହ ଆହତ ପୋଲିସ କର୍ମୀଙ୍କୁ କ୍ୟାପିଟାଲ ହସ୍ପିଟାଲ ରେ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
ଅନ୍ୟପକ୍ଷରେ ପୋଲିସ୍ କମିଶନର କହିଛନ୍ତି ଯେ ଆନ୍ଦୋଳନକାରୀଙ୍କ ଉପରେ କୌଣସି ରବର ବୁଲେଟ୍ ଫାୟାର ହୋଇନି । ୫ଟି ଟିୟର ଗ୍ୟାସ ଏବଂ ପାଣି ମାଡ଼ କରାଯାଇଛି । ଲୋକସେବା ଭବନ ଆଡ଼କୁ ଧଷେଇ ପଶିବା ବେଳେ ସାମାନ୍ୟ ବଳ ପ୍ରୟୋଗ କରାଯାଇଛି । କିଛି ବ୍ୟକ୍ତି ଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି । ଡ୍ରୋନ ସହାର୍ଯ୍ୟରେ ଯେଉଁ ମାନେ ବ୍ୟାରିକେଡ଼ ଭାଙ୍ଗି ଧଷେଇ ପଶିବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ନଜର ରଖାଯାଇଛି ।