
ତାଇପେ-ତାଇୱାନ ସ୍ୱାଧୀନ ରାଷ୍ଟ୍ର ହେବାକୁ ଚୀନ୍ସହ୍ୟ କରିପାରୁନି । ତାଇୱାନ ଚୀନର ଅଂଶ ହେବ ବୋଲି ଚୀନ ଉଦ୍ୟମ ଜାରି ରଖିଛି। ଏହି ଉଦ୍ଦେଶ୍ୟରେ ସେ ଦୀର୍ଘ ସମୟ ଧରି ପ୍ରୟାସ ଜାରି ରଖିଛି। ତାଇୱାନ ଚାରିପାଖରେ ଚୀନ୍ର ଯୁଦ୍ଧ ବିମାନ ଘୂରିବା ସାଧାରଣ ଘଟଣା ହୋଇଯାଇଛି। ତାଇୱାନ ଜାତୀୟ ରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଆଜି ସକାଳେ ଦେଶର ଆକାଶ ଏବଂ ଜଳ ଭାଗରେ ଚୀନ୍ର ସାମରିକ କାର୍ଯ୍ୟକଳାପ ଦେଖାଯାଇଛି।
ତାଇୱାନର ରାଷ୍ଟ୍ରୀୟ ରକ୍ଷା ମନ୍ତ୍ରଣାଳୟଏକ୍ସରେ ଏକ ପୋଷ୍ଟରେ କହିଛି ଯେ, ଆଜି ସକାଳ 6ଟା (ସ୍ଥାନୀୟ ସମୟାନୁଯାୟୀ) ଚୀନ୍ର 18ଟି ସାମରିକ ବିମାନ, 7ଟି ନୌସେନା ଜାହାଜ ଓ 2ଟି ଆଧିକାରିକ ଜାହାଜ ଦେଖାଯାଇଛି। ଏହି 18 ସାମରିକ ବିମାନ ମଧ୍ୟରୁ 6ଟି ବିମାନ ମଧ୍ୟରେଖାକୁ ପାର୍ କରି ତାଇୱାନର ଉତ୍ତର, ମଧ୍ୟ, ଦକ୍ଷିଣ-ପଶ୍ଚିମ ଓ ପୂର୍ବ ଦିଗର ବିମାନ ସୁରକ୍ଷା ପରିଚୟ କ୍ଷେତ୍ର ଭିତରକୁ ପ୍ରବେଶ କରିଥିଲେ।