ଜଟଣୀ- ଜଟଣୀ ମହାବିଦ୍ୟାଳୟର ଇତିହାସ ସମ୍ମାନ ବିଭାଗ ଆନୁକୂଲ୍ୟରେ ‘ମଧ୍ୟ ଯୁଗୀୟ ଭାରତରେ ଭକ୍ତ ଆନ୍ଦୋଳନ’ ଶୀର୍ଷକ ସମ୍ପାନ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଇତିହାସ ବିଭାଗ ମୁଖ୍ୟ ପ୍ରୀୟଦର୍ଶନୀ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ପାନକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର କିଶୋର ଚନ୍ଦ୍ର ମିଶ୍ର ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପ୍ରାଣନାଥ ସ୍ୱଂୟଶାସିତ ମହାବିଦ୍ୟାଳୟର ପ୍ରାଧ୍ୟାପକ ମନୋଜ କୁମାର ରାଉତ ଏବଂ ମୁଖ୍ୟବକ୍ତା ଭାବେ ବେଗୁନିଆ ମହାବିଦ୍ୟାଳୟର ପ୍ରଧ୍ୟାପକ ପ୍ରଫୁଲ୍ଲ କୁମାର ରଥ ଯୋଗଦେଇ ମଧ୍ୟ ଯୁଗୀୟ ଭାରତରେ ଭକ୍ତି ଆନ୍ଦୋଳନର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରତାପ କୁମାର ଦତ ଯୋଗ ଦେଇଥିବା ବେଳେ ବିଭାଗର ଅଜିତ୍ କୁମାର ସୁନ୍ଦରାୟ ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଆଲୋଚନାରେ ଅଂଶଗ୍ରହଣ କରି ଛାତ୍ରଛାତ୍ରୀମାନଙ୍କୁ ଭକ୍ତି ଆନ୍ଦୋଳନ ସୃଷ୍ଟି ପାଇଁ ଆହ୍ୱାନ ଦେଇଥିଲେ । ଡ.ବଂଶିଧର କର ସଭାଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ସଭାରେ ମହାବିଦ୍ୟାଳୟର ଡ. ତପନ ମିଶ୍ର, କାର୍ତିକ ଚନ୍ଦ୍ର ଦାସ, ଅନିଲ୍ କୁମାର ନନ୍ଦ, ଡ. ପ୍ରଶାନ୍ତ କୁମାର ପାଣୀଗ୍ରାହୀ, ଅନୁସୂୟା ଦେବୀ, କଳ୍ପନା କୁମାରୀ ସାହୁ, ସନ୍ତୋଷ କୁମାର ବିଶ୍ୱାଳ, ନୀଲିମା ଦେବୀ, ପରମିତା ମହାରଣା ପ୍ରମୁଖ ଯୋଗଦେଇ ସମ୍ପାନକୁ ସଫଳ କରିଥିଲେ ।