
ଭୁବନେଶ୍ୱର– ଏଫ ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ଆସନ୍ତାକାଲି ଲୋକସେବା ଭବନ ଘେରାଉ କରିବ ବିଜେଡି। ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର କହିଛନ୍ତି ୬ ମାସ ହେବ ସୌମ୍ୟଶ୍ରୀଙ୍କୁ ନିର୍ଯାତନା ଦିଆଯାଇଛି। ସମସ୍ତଙ୍କ ପାଖରେ ସେ ଅଭିଯୋଗ କରିଛନ୍ତି। କିନ୍ତୁ ସବୁ ସ୍ଥାନରୁ ନିରାଶ ହେବା ପରେ ଆତ୍ମାହୁତି ଦେଲେ। କାଲି ତାଙ୍କୁ ମୃତ ଘୋଷିତ କରାଗଲା ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପରେ। ଏ ଘଟଣା ସମସ୍ତଙ୍କୁ ଆନ୍ଦୋଳିତ କରିଛି। ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପାଇଁ ବିଜେଡ଼ି ପ୍ରତିବାଦ ଜାରି ରଖିଛି। ଆଜି ସନ୍ଧ୍ୟାରେ ବିଜେଡି ଭୁବନେଶ୍ୱରରେ ମହମବତୀ ଶୋଭାଯାତ୍ରା କରିବ। ଆସନ୍ତାକାଲି ଲୋକ ସେବା ଭବନ ଘେରାଉ କରାଯିବ। ବିଜେଡି ଦାବି କରିଛି ଯେ ଘଟଣାର ଜଣେ ସିଟିଂ ଜଜ୍ ଙ୍କ ଅଧ୍ୟକ୍ଷତାରେ ନ୍ୟାୟିକ ତଦନ୍ତ କରାଯାଉ ଏବଂ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ।