
ଭୁବନେଶ୍ୱର– ଏଫ ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ବିଜେଡ଼ି ପିଏସି ସଦସ୍ୟ ସଞ୍ଜୟ ଦାସବର୍ମା କହିଛନ୍ତି ଭାରତ ଇତିହାସରେ ଏକ କଳା ଦିନ କାଲି ରାତିରେ ଘଟିଗଲା। ଛାତ୍ରୀଙ୍କୁ ପେଟ୍ରୋଲ କିଏ ଦେଇଥିଲା? କେଉଁମାନେ ଭିଡିଓ ରେକର୍ଡିଙ୍ଗ କରୁଥିଲେ? ଅଧ୍ୟକ୍ଷଙ୍କ କକ୍ଷରେ କିଏ କିଏ ଉପସ୍ଥିତ ଥିଲେ? ନ୍ୟାୟିକ ତଦନ୍ତ ଘୋଷଣା ନହେବା ଯାଏଁ ବିଜେଡ଼ି ଲଢେଇ ଜାରି ରଖିବ। ଘଟଣା ପାଇଁ ସରକାର କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କହିଛନ୍ତି ଶ୍ରୀ ଦାସବର୍ମା।