
ସୋନପୁର- ସୋନପୁର ଜିଲ୍ଲା ଡ଼ୁଙ୍ଗୁରିପାଲି ଏସ. ରାମପୁର ମୁଖ୍ୟ ରାସ୍ତାରେ ଏକ କାର୍ ଭାରସାମ୍ୟ ହରାଇ କ୍ଷେତ ମଧ୍ୟକୁ ପଶିଯିବା ସହ ଓଲଟି ପଡିବା ଫଳରେ ଏହାର ଚାଳକ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡ଼ୁଙ୍ଗୁରିପାଲି ଡ଼ାକ୍ତରଖାନାରେ ଭର୍ତି କରିଛନ୍ତି ।
ସୂଚନା ଅନୁଯାୟୀ, ଆଜି ସକାଳେ ସମ୍ପୃକ୍ତ ଚାଳକ କାର୍ ନେଇ ରାମପୁରରୁ ଡ଼ୁଙ୍ଗୁରିପାଲି ଯାଉଥିଲେ । ଏହି ସମୟରେ ଗାଡ଼ିଟି ଭାରସାମ୍ୟ ହରାଇ କ୍ଷେତ ମଧ୍ୟକୁ ପଶିଯାଇ ଓଲଟି ପଡିଥିଲା । ସମ୍ପୃକ୍ତ ଗାଡ଼ି ଚାଳକଙ୍କ ପରିଚୟ ମିଳିପାରିନାହିଁ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।