
ଭୁବନେଶ୍ୱର– ଆଜି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର। ଏକାମ୍ର କ୍ଷେତ୍ରର ବାବା ଲିଙ୍ଗରାଜଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି। ୩ଟା ରୁ ଆରମ୍ଭ ହୋଇଛି ଜଳାଭିଷେକ। ଭକ୍ତ ମାନେ ଲମ୍ବା ଲାଇନ ଲଗାଇ ଜଳ ଲାଗି କରୁଛନ୍ତି । ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି।