
ମେଙ୍ଗାଲୁରୁ– କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ ଜିଲ୍ଲାର ଧର୍ମସ୍ଥଳ ଗାଁରେ ମୃତଦେହ ବ୍ୟବସ୍ଥାପନ ସମ୍ବନ୍ଧୀୟ ଭ୍ରାମକ ସୂଚନା ସହିତ ଭିଡ଼ିଓ ପ୍ରସାରଣ କରିବା ଅଭିଯୋଗରେ ଏକ ୟୁଟ୍ୟୁବର୍ ସମୀର୍ ଏମ.ଡି. ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ଏହି ସୂଚନା ଦକ୍ଷିଣ କନ୍ନଡ଼ର ପୋଲିସ୍ ଅଧୀକ୍ଷକ ଡ଼ଃ ଅରୁଣ କେ. ଦେଇଛନ୍ତି।
ଦକ୍ଷିଣ କନ୍ନଡ଼ ପୋଲିସ୍ ଅନୁସାରେ, ୟୁଟ୍ୟୁବରସମୀର୍ ଏମ.ଡି.ଙ୍କ ବିରୁଦ୍ଧରେ ଧର୍ମସ୍ଥଳ ପୋଲିସ୍ ଥାନାରେ ମାମଲା ରୁଜୁ କରାଯାଇଛି। ଧର୍ମସ୍ଥଳରେ କେତେକ ମୃତଦେହ ପୋତିବା ଅଭିଯୋଗ ଆସିବା ପରେ, ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ବିଷୟ ସମ୍ବନ୍ଧୀୟ ଏକ ଭିଡ଼ିଓ ଅପଲୋଡ୍ କରିଥିଲେ, ଯେଉଁଥିରେ କୃତ୍ରିମ ବୁଦ୍ଧିମତାରେ ପ୍ରସ୍ତୁତ ହୋଇଥିବା କାଳ୍ପନିକ ଓ ଭ୍ରାମକ ସୂଚନା ଥିଲା । ଏହି ଭିଡ଼ିଓ ଜାଣିଶୁଣି ଲୋକମାନଙ୍କୁ ଉତ୍ତେଜିତ କରିବା ଉଦ୍ଦେଶ୍ୟରେ ପ୍ରସାରଣ କରାଯାଇଥିଲା।