
ନୂଆଦିଲ୍ଲୀ-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତାମିଲ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ବି. ସରୋଜା ଦେବୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ଭାରତୀୟ ସିନେମା ଓ ସଂସ୍କୃତିର ଏକ ଅନୁକରଣୀୟ ପ୍ରତିମୂର୍ତ୍ତି ଭାବରେ ସ୍ମରଣ କରାଯିବ। ତାଙ୍କ ଵିବିଧ ଅଭିନୟ ଅନେକ ପିଢି ପାଇଁ ଅଲିଭା ଛାପ ଛାଡିଛି । ବିଭିନ୍ନ ଭାଷା ଓ ବିଭିନ୍ନ ବିଷୟରେ ଆଧାରିତ ତାଙ୍କ କୃତିମାନ ତାଙ୍କର ବହୁମୁଖୀ ପ୍ରତିଭାକୁ ପ୍ରକାଶ କରିଥାଏ।
ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, “ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତ୍ରୀ ବି. ସରୋଜା ଦେବୀଙ୍କ ପରଲୋକରେ ମୁଁ ଗଭୀର ଦୁଃଖିତ। ତାଙ୍କୁ ଭାରତୀୟ ସିନେମା ଓ ସଂସ୍କୃତିର ଜଣେ ଅନୁକରଣୀୟ ପ୍ରତିମୂର୍ତ୍ତି ଭାବେ ସ୍ମରଣ କରାଯିବ। ତାଙ୍କର ବିବିଧ ଅଭିନୟ ଅନେକ ପିଢି ଉପରେ ଅଲିଭା ପ୍ରଭାବ ପକାଇଛି। ବିଭିନ୍ନ ଭାଷା ଓ ବିଷୟରେ ତାଙ୍କ କୃତିମାନ ତାଙ୍କର ବହୁମୁଖୀ ପ୍ରତିଭାକୁ ପ୍ରକାଶ କରିଥାଏ। ତାଙ୍କ ପରିବାର ଓ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ଜଣାଉଛି।”