ଭୁବନେଶ୍ୱର – ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳାଇଥିବା କେସିଙ୍ଗା ରେଳ କ୍ରିୟାନୁଷ୍ଠାନ କମିଟି ଶନିବାର ଆନ୍ଦୋଳନରୁ ଓହରିଛି । କେସିଙ୍ଗାଠାରେ ଜାତୀୟ ରାଜପଥ ୨୬ରେ ଓଭରବ୍ରିଜ ପାଇଁ ୭୦ ବର୍ଷର ଦାବି ଥିଲା । ଏହି ଦାବି ନେଇ ୧୮ ଦିନ ଧରି କମିଟି ପକ୍ଷର ରିଲେ ଅନଶନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କମିଟି ସଦସ୍ୟମାନେ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଏନଏଚଏଆଇ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାବେ ଆନ୍ଦୋଳନରୁ ଓହରିଥିବା ନେଇ କେସିଙ୍ଗା ରେଳ କ୍ରିୟାନୁଷ୍ଠାନ କମିଟିର ଉପଦେଷ୍ଟା ମହେନ୍ଦ୍ର ନାୟକ ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024