
ହାଇଦ୍ରାବାଦ-ବରିଷ୍ଠ ଅଭିନେତା କୋଟା ଶ୍ରୀନିବାସ ରାଓ (୮୩) ର ରବିବାର ସକାଳେ ଦେହାନ୍ତ ଘଟିଛି। ସେ କିଛି ଦିନ ଧରି ରୋଗଗ୍ରସ୍ତ ଥିଲେ ଏବଂ ରବିବାର ଭୋରରେ ଫିଲ୍ମନଗର ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । କୋଟା ଶ୍ରୀନିବାସ ରାଓଙ୍କ ଜନ୍ମ ୧୦ ଜୁଲାଇ ୧୯୪୨ ରେ କୃଷ୍ଣା ଜିଲ୍ଲାର କାଂକିପାଡୁରେ ହୋଇଥିଲା। ସେ ୧୯୬୮ ରେ ରୁକ୍ମିଣୀଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଜଣ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। କୋଟା ଶ୍ରୀନିବାସ ରାଓଙ୍କ ପୁଅ କୋଟା ପ୍ରସାଦଙ୍କ ୨୧ ଜୁନ୍ ୨୦୧୦ ରେ ଏକ ଦୁର୍ଘଟଣାରେ ଜୀବନ ହାରାଇଥିଲେ।
ଫିଲ୍ମ ଦୁନିଆକୁ ଆସିବା ପୂର୍ବରୁ କୋଟା ଶ୍ରୀନିବାସ ରାଓ ଭାରତୀୟ ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ । ସେ ତାମିଲ୍, ହିନ୍ଦୀ ଓ କନ୍ନଡ଼ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। 1978 ମସିହାରେ ତେଲୁଗୁ ଚଳଚ୍ଚିତ୍ର ‘ପ୍ରଣାମ ଖରିଦୁ’ ଦ୍ୱାରା ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ଚାରି ଦଶକର ତାଙ୍କ ଚଳଚ୍ଚିତ୍ର ଯାତ୍ରାରେ ସେ ଅନେକ ସ୍ମରଣୀୟ ଭୂମିକା ଅଭିନୟ କରିଛନ୍ତି। ସେ 750 ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି।
ସେ ନଅଟି ନନ୍ଦୀ ପୁରସ୍କାର ପାଇଛନ୍ତି। ତାଙ୍କୁ ଚଳଚ୍ଚିତ୍ର ‘ପ୍ରତିଘାତନା’ (1985), ‘ଗାୟମ୍’ (1993), ‘ଥୀର’ (1994), ‘ଲିଟିଲ୍ ସୋଲ୍ଜର୍ସ’ (1996), ‘ଗଣେଶ’ (1998), ‘ଛିନ୍ନା’ (2000), ‘ପେଲୈନା କୋଥାଲୋ’ (2006), ‘ଆ ପ୍ରଭାର’ (2004) ଓ ‘ପୃଥ୍ୱୀ ନାରାୟଣ’ (2002) ପାଇଁ ନନ୍ଦୀ ପୁରସ୍କାର ମିଳିଛି। 2012 ରେ ତାଙ୍କୁ ଚଳଚ୍ଚିତ୍ର ‘ବନ୍ଦେ ଜଗଦ୍ଗୁରୁମ୍’ ପାଇଁ ଏସଆଇଆଇଏମଏପୁରସ୍କାର ମିଳିଥିଲା। 2015 ମସିହାରେ ତାଙ୍କୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ।