
ବଲାଙ୍ଗିର, ଜିଲ୍ଲା ମୁଖ୍ୟାଳୟରୁ ପାଟଣାଗଡ଼, ବେଲପଡା, କଣ୍ଟାବାଞ୍ଜି, ବଙ୍ଗୋମୁଣ୍ଡା , ସିନ୍ଧେକେଲା ଦେଇ ଚାନ୍ଦୋତରା ପର୍ଯ୍ୟନ୍ତ ଲମ୍ବିଛି ୪୨ ନମ୍ବର ରାଜ୍ୟ ରାଜପଥ। ଆଉ ଚାନ୍ଦୋତରା ଚାରି ଛକ ପର୍ଯ୍ୟନ୍ତ ପହଞ୍ଚିବାପରେ ସଂଯୋଗ ହୋଇଛି ଭବାନୀପାଟଣା – ରାଇପୁର କୁ ଯାଇଥିବା ୧୯ ନମ୍ବର ରାଜ୍ୟ ରାଜପଥ ରେ। ଏହାସହ ଚାନ୍ଦୋତରା ଚାରିଛକ ଥିବାରୁ ଚାରି ପଟରୁ ପ୍ରତିଦିନ ଶହ ଶହ ଯାନବାହନ ଚଳାଚଳ କରିଥାଏ। କିନ୍ତୁ ଠିକ୍ ୧୯ ନମ୍ବର ରାଜ୍ୟ ରାଜପଥରୁ ୪୨ ନମ୍ବର ରାଜ୍ୟ ରାଜପଥ କୁ ସଂଯୋଗ କରୁଥିବା ସ୍ଥାନରେ ଅସରାଏ ବର୍ଷା ହେଲେ ପାଣି ଜମି ରହୁଛି। ସିନ୍ଧେକେଲା ବସଷ୍ଟାଣ୍ଡ ନିକଟ ତପନ ଜୈନ ଙ୍କ ଘର ସାମନାରେ ରାସ୍ତାରେ ପ୍ରାୟ ଆଣ୍ଠୁଏ ଖାଲ ହୋଇ ପଡିଛି।
ସେହିପରି ଭାବେ ସିନ୍ଧେକେଲା ମୁଖ୍ୟ ରାସ୍ତା ଦେଇ ଚାନ୍ଦୋତରା ପର୍ଯ୍ୟନ୍ତ ସଂଯୋଗ ହେଉଥିବା ରାସ୍ତା ବିଶେଷ କରି ପ୍ରାଣୀ ଧନ ଚିକିତ୍ସାଳୟ ଠାରୁ ଉନ୍ଦେର ନଦୀ ବ୍ରିଜ ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ହୋଇପଡ଼ିଥିବାରୁ ଯାତାୟାତ କାରି ତ୍ରାହି ତ୍ରାହି ଡାକୁଛନ୍ତି। ଏବଂ କହୁଛନ୍ତି ଏ ୪୨ ନମ୍ବର ରାଜ୍ୟ ରାଜପଥ ରାସ୍ତା ଉପରେ ଖାଲ ନା ଖାଲ ଉପରେ ରାସ୍ତା। ବିଚ୍ ରାସ୍ତାରେ ଜମ ଜଗିଛି ପାଣି ବିଭାଗ ନିଦାବିଷ୍ଣୁ କାହିଁକି। ଏହାକୁ ନେଇ ବିଭାଗୀୟ ଯନ୍ତ୍ରୀ ଙ୍କୁ ପଚାରିବାରୁ ସେ ପାଟଣାଗଡ଼ରୁ ଚାନ୍ଦୋତରା ପର୍ଯ୍ୟନ୍ତ ରାସ୍ତାକାମ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଳିଛି ହେଲେ ପ୍ରକ୍ରିୟା ସରିବା ପରେ କାମ ଆରମ୍ଭ ହେବ। ତେବେ ବିଭାଗୀୟ ଯନ୍ତ୍ରୀ ଏହି ପ୍ରକ୍ରିୟା ବିଳମ୍ବ ହୋଇପାରେ ତେଣୁ ବର୍ତ୍ତମାନ ସମୟରେ କ’ଣ ବ୍ୟବସ୍ଥା ରହିଛି ପଚାରିବାରୁ। ବିଭାଗୀୟ ଯନ୍ତ୍ରୀ ରିପ୍ୟାରିଙ୍ଗ କରିଦେବୁ ବୋଲି କହିଥିଲେ। ତେବେ ରାସ୍ତାର ସ୍ଥିତି ଅନୁଧ୍ୟାନ କରି ଟେଣ୍ଡର ପ୍ରକ୍ରିୟା ତ୍ବରାନ୍ବିତ କରାଗଲେ ଏ ରାସ୍ତା ଦେଇ ଯାତାୟତ କରୁଥିବା ଲୋକେ ଆସନ୍ନ ଆକସ୍ମିକ ଅଜଣା ମୃତ୍ୟୁ ମୁଖରୁ ରକ୍ଷା ପାଇପାରିବେ। ତେଣୁ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ତତ୍ପରତା ର ସହିତ ରାସ୍ତା ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।