
କୋଲକାତା– ପ୍ରବର୍ତ୍ତନ ନିର୍ଦେଶାଳୟର କୋଲକାତା ୟୁନିଟ୍ ମନି ଲଣ୍ଡରିଂ ମାମଲାରେ ସାହାରା ଗ୍ରୁପ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇଜଣଙ୍କୁ ଗିରଫ କରିଛି। ଏହି ଦୁଇଜଣ ହେଲେ ସାହାରା ଗ୍ରୁପର ପୂର୍ବତନ ନିର୍ଦ୍ଦେଶକ ଅନିଲ ଅବ୍ରାହମ ଓ ଜଣେ ପୁରୁଣା ପ୍ରପର୍ଟି ବ୍ରୋକର୍ ଜିତେନ୍ଦ୍ର ପ୍ରସାଦ।
ଇଡି ସୂତ୍ର ଅନୁଯାୟୀ, ଅନିଲ ଆବ୍ରାହମ ଓ ଜିତେନ୍ଦ୍ର ପ୍ରସାଦ ଉପରେ ସହାରା ଗ୍ରୁପ୍ ସହ ମିଲିଭଗତରେ ଅନେକ ସଂପତ୍ତି ଅବୈଧ ଭାବରେ ବିକ୍ରି କରିବା ଓ ସେହି ଧନକୁ ମନି ଲଣ୍ଡରିଂ ମାଧ୍ୟମରେ ଏପଟ ସେପଟ କରିବାର ଅଭିଯୋଗ ହୋଇଛି । ଏହି ସମଗ୍ର ମାମଲାରେ କୋଟି କୋଟି ଟଙ୍କା ନେଣଦେଣ ହୋଇଥିବା ସନ୍ଦେହ କରାଯାଉଛି।
ଇଡି ସୂତ୍ର ଅନୁସାରେଏଜେନ୍ସି ନିକଟରେ କୋଲକାତାରେ ରେଡ୍ କରିଥିଲା, ଏବଂ ଏହି ରେଡ୍ ସମୟରେ ଏହି ଗିରଫ ଘଟିଛି। ଇଡିର ଏହି ଅଭିଯାନରେ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରାଯାଇଛି, ଯାହାର ଆଧାରରେ ତଦନ୍ତକୁ ଆଗକୁ ବଢ଼ାଯାଉଛି।