ନୂଆଦିଲ୍ଲୀ – ଦିଲ୍ଲୀ ବିଧାନସଭା ପାଇଁ ଶନିବାର ଦିନ ହେଉଥିବା ମତଦାନ ପ୍ରକ୍ରିୟାରେ ଅଧିକରୁ ଅଧିକ ଲୋକ ସାମିଲ ହୋଇ ମତଦାନ କରିବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ଟ୍ୱିଟ କରି କହିଛନ୍ତି ଯେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆଜି ମତଦାନ କରିବାର ଦିନ । ସେ ସମସ୍ତ ମତଦାତା ମାନଙ୍କୁ ଅପିଲ କରୁଛନ୍ତି ଯେ ସେମାନେ ଅଧିକରୁ ଅଧିକ ସଂଖ୍ୟାରେ ଗଣତନ୍ତ୍ରର ଏହି ମହୋତ୍ସବରେ ଭାଗ ନିଅନ୍ତୁ ଓ ମତଦାନରେ ନୂଆ ରେକର୍ଡ ତିଆରି କରନ୍ତୁ ।