
ନୂଆଦିଲ୍ଲୀ-ଦେଶର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ରହିଛି ଏବଂ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଉତ୍ତର, ମଧ୍ୟ ଓ ସାମୁଦ୍ରିକ ଭାରତର ଅନେକ ଅଞ୍ଚଳରେ ହେଉଥିବା ବର୍ଷା କାରଣରୁ କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା କିଛି ଦିନରେ ଅଧିକ ବର୍ଷା ହେବାର ଚେତାବନୀ ଜାରି କରିଛି ପାଣିପାଗ ବିଭାଗ।
ରାଜଧାନୀ ଦିଲ୍ଲୀ, ହରିୟାଣା ଓ ରାଜସ୍ଥାନରେ ଗତ କିଛି ଦିନ ଧରି ହେଉଥିବା ଲଗାତାର ବର୍ଷା ଫଳରେ ତାପମାତ୍ରା ହ୍ରାସ ପାଇଛି । ଏହି ବର୍ଷା କାରଣରୁ କିଛି ଅଞ୍ଚଳରେ ଜଳଜମିବା ସମସ୍ୟା ବଢ଼ିଛି। ପାଣିପାଗ ବିଭାଗ ଅନୁସାରେ, ଏହି ପରିସ୍ଥିତି 13 ଜୁଲାଇ ପର୍ଯ୍ୟନ୍ତ ଜାରି ରହିପାରେ।