
ଭୁବନେଶ୍ୱର – ବିଜେପିର ରାଷ୍ଟ୍ରୀୟ ମହାସଚିବ ତରୁଣ ଚୁଗ୍ ଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଓଡ଼ିଶା ଭିଜନ ୨୦୩୬ । ୨୦୪୭” ପୁସ୍ତକ ପ୍ରଦାନ କରିଛନ୍ତି।
ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମହାସଚିବ ଶ୍ରୀ ତରୁଣ ଚୁଗ୍ ଜୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲି । ଏହି ଅବସରରେ ଓଡ଼ିଶାର ବିକାଶ ପରିଯୋଜନା, ଜନସେବା ଓ କେନ୍ଦ୍ର-ରାଜ୍ୟ ସମନ୍ୱୟ ସମ୍ପର୍କିତ ବିଷୟଗୁଡ଼ିକ ଉପରେ ଆଲୋଚନା ହୋଇଥିଲା। ତରୁଣ ଜୀଙ୍କ ଠାରୁ ତାଙ୍କର ସ୍ୱଲିଖିତ ପୁସ୍ତକ “ଜୀତ ମୋଦୀ ଶାସନକୀ” ଗ୍ରହଣ କରିବା ସହ ତାଙ୍କୁ “ଓଡ଼ିଶା ଭିଜନ ୨୦୩୬ । ୨୦୪୭” ପ୍ରଦାନ କଲି ।