
ଭୁବନେଶ୍ୱର– ଡ୍ରାଇଭର ମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ନିବେଦନ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତା ମାଧ୍ୟମରେ ମନ୍ତ୍ରୀ ଡ୍ରାଇଭର ମାନଙ୍କୁ ଅନୁରୋଧ କରିଛନ୍ତି।
ମନ୍ତ୍ରୀ କହିଛନ୍ତି ଡ୍ରାଇଭର ଭାଇମାନଙ୍କୁ ଅନୁରୋଧ ଏପରି ଆନ୍ଦୋଳନରୁ ଓହରି ଆସନ୍ତୁ। ସରକାର ଆପଣମାନଙ୍କ ସମସ୍ତ ଦାବିକୁ ଶୁଣିଛି ଏବଂ ସମସ୍ତ ଦାବିର ସମାଧାନ ହେବ। ସରକାର ଆପଣମାନଙ୍କ ସହ ସବୁବେଳେ ଅଛି। ଡ୍ରାଇଭର ମହାସଂଘ ନାମରେ କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ନିରୀହ, ସରଳ ଡ୍ରାଇଭରମାନଙ୍କୁ ଭ୍ରମିତ କରୁଛନ୍ତି ସେମାନେ ଏଥିରୁ କ୍ଷାନ୍ତ ହୁଅନ୍ତୁ।