-
ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯାଉଛି : ଗୃହମନ୍ତ୍ରୀ
ଭୁବନେଶ୍ୱର – ଧର୍ମଶାଳାର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ବେଆଇନ୍ ରଙ୍ଗଶାଳାକୁ ଭଙ୍ଗାଯିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ବେଆଇନ୍ ବୋଲି ଜାଣିବା ପରେ ଯଦି ସରକାରୀ କାଗଜ ଅନୁଯାୟୀ ୨୦୧୮ରେ ଏହି ରଙ୍ଗାଶାଳାକୁ ଭଙ୍ଗା ଯାଇଥାନ୍ତା ତେବେ ଅ ।ଜି ସ୍ମିତାରାଣୀର ମୃତ୍ୟୁ ହୋଇ ନଥାନ୍ତା ବୋଲି କହିଛନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ରାଜ୍ୟ ସରକାର କାହା ସ୍ୱାର୍ଥରେ ଏଯାଏଁ ସେ ଘରକୁ ନଭାଙ୍ଗି ରଖିଥିଲେ । ଏବେ ପ୍ରମାଣ ନଷ୍ଟ କରିବାକୁ ସରକାର କାହିଁ ତତ୍ପର ବୋଲି ସେ ପ୍ରଶ୍ନ କରିଛନ୍ତି ।
ଅନ୍ୟପକ୍ଷରେ ବିଜେପିର ଏହି ଅଭିଯୋଗ ଉପରେ ପ୍ରତିକ୍ରିୟା ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି ଯେ ମୋ ସରକାର ଓ ୫ ଟି ସମୟରେ ପୋଲିସର ଆଚରଣ ଓ ଉଚ୍ଚାରଣ ବଦଳିଛି ଏବଂ ବ୍ୟବହାର ଓ ତଦନ୍ତ ତପ୍ତରତାର ସହକାରେ କରୁଛି । ଆଇନ ଅନୁଯାୟୀ ଯାହା ଯୁକ୍ତିଯୁକ୍ତ ତାହା କରାଯିବ । ଆଗକୁ ଯାହା କାର୍ଯ୍ୟକ୍ରମ କରିବା କଥା ତାହା କରାଯିବ । ସେହିପରି ରୂପେଶ ଭଦ୍ରଙ୍କ ଘଟଣାରେ ତଦନ୍ତ ଚାଲିଛି ବୋଲି ସେ ପ୍ରକାଶ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟ ଠାରେ ଶନିବାର ଦିନ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି ଯେ, ସରକାରଙ୍କ ନାକତଳେ କିଭଳି ଏଭଳି ବେଆଇନ ଷ୍ଟ୍ରକଚର ଚାଲିଥିଲା ଆଉ ଯେତେବେଳେ ସ୍ମିତାରାଣୀଙ୍କ ହତ୍ୟା ହୋଇଗଲା, ତାଙ୍କ ହତ୍ୟା ପରେ ଏହି ଘରକୁ ଭାଙ୍ଗିବା ପାଇଁ ଏତେ ତତ୍ପରତା କାହିଁକି ବଢିଲା । ସେ ରଙ୍ଗଶାଳାରେ ଯାହା ବି ତଥ୍ୟ ପ୍ରମାଣ ରହିଥିଲା ତାକୁ ନଷ୍ଟ କରିବାକୁ ସରକାରଙ୍କ ଏକୌଣସି ଚାଲ୍ ହୋଇଥାଇପାରେ ବୋଲି ବିଜେପି ଅଭିଯୋଗ କରିଛି ।
ଏପରିକି ପୋଲିସ ମଧ୍ୟ ସିସିଟିଭି ଜବତ କରିନି, ସିସିଟିଭିକୁ ଜାଣିଶୁଣି ନଷ୍ଟ କରିଦିାଯାଇଛି । ଯାଜପୁର ଜିଲ୍ଲା ପ୍ରଶାସନ ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି । ରୂପେଶ ଭଦ୍ରା , ବିଜେଡି ନେତା ରାମକୋ ଅଧିକାରୀଙ୍କୁ ସୁରକ୍ଷା ଦେଉଛନ୍ତି । ଏସପି ଚରଣ ସିଂ ମିନା କେବେ ବି ନିରପେକ୍ଷ ତଦନ୍ତ କରିପାରିବେ ନାହିଁ । ବାରମ୍ବାର ସିବିଆଇ ତଦନ୍ତ ଦାବି କରିଆସିଛୁ । କ୍ରାଇମବ୍ରାଂଚ ତଦନ୍ତ ମଧ୍ୟ କରିପାରିବେ ହେଲେ ସରକାର କରୁନାହାନ୍ତି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି ।