ବ୍ରହ୍ମପୁର,- ଭିଜିଲାନ୍ସ ଜାଲ ରେ ଏମକେସିଜି ମେଡିକାଲ କଲେଜ ହସପିଟାଲ ର କନିଷ୍ଠ କିରାଣୀ ଅଜିତ କୁମାର ସାହୁ। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗ ରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ତରଫରୁ ଚଢ଼ାଉ ହୋଇ ଥିବା ଭିଜିଲାନ୍ସ ଏସ୍ପି ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି।ଏକା ସାଙ୍ଗ ରେ ୫ ଟି ସ୍ଥାନ ରେ 5 ଟି ଟିମି ର ଚଢାଉ ଚାଲିଛି।
ଆମ୍ବପୁଆ ନିକଟ ସିବାପଦ୍ମ ସ୍ଥିତ ଡୁପ୍ଲେକ୍ସ କୋଠା, ଗଜପତି ନଗର-୭ମ ଲାଇନ ରେ ଥିବା ୩ମହଲା ଘର, ଲାଞିପଲ୍ଲି ସ୍ଥିତ ୩ମହଲା ଘର, ଏମକେସିଜି ମେଡିକାଲ କଲେଜ ହସପିଟାଲ ପରିସର ରେ ଥିବା କାର୍ଯ୍ୟାଳୟ ସମେତ ଲାଞିପଲ୍ଲି ସ୍ଥିତ ଚନ୍ଦନା ଟ୍ରେଡସ ନାମକ ସିମେଣ୍ଟ ଗୋଦାମ ଘର ରେ ଭିଜିଲାନ୍ସ ର ଚଢାଉ ଜାରି ରହିଛି।