
କିଭ- ଋଷ ଜୁଲାଇ 9 ସନ୍ଧ୍ୟା 6ଟାରୁ ୧୦ ଜୁଲାଇ ରାତି ସାରା ୟୁକ୍ରେନ ରାଜଧାନୀ କିଭ୍ ଉପରେ ଜୋରଦାର ବିମାନ ଆକ୍ରମଣ ହୋଇଛି ଓ ଏହି ଆକ୍ରମଣରେ ଭିତ୍ତିଭୂମିକୁ ବ୍ୟାପକ ପହଞ୍ଚିଛି। ଏହି ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଓ 22 ଜଣ ଆହତ ହେଇଛନ୍ତି।
ୟୁକ୍ରେନର ଜାତୀୟ ସମ୍ବାଦ ଏଜେନ୍ସି ‘ୟୁକ୍ରିନଫର୍ମ’ ଏହି ଖବର ଆଜି ସକାଳେ ପ୍ରସାରଣ କରିଛି। ସମ୍ବାଦ ଅନୁସାରେ ରୁଷ ନିଜେ ବିଶେଷତଃ କିଭ୍କୁ ଲକ୍ଷ୍ୟ କରି ଆକ୍ରମଣ କରିଥିଲା। ସେମାନେ ବ୍ରାଂସ୍କ, ପ୍ରିମୋର୍ସ୍କୋ-ଅଖ୍ତରସ୍କ, କୁର୍ସ୍କ, ଓର୍ୟୋଲ ଓ ମିଲରୋଭୋରୁ ମୋଟ 397ଟି ୟୁଏଭିଦ୍ୱାରା ବିମାନ ଆକ୍ରମଣ କରିଛି। ବ୍ରାନ୍ସ୍କ ଅଞ୍ଚଳରୁ 8ଟି ଇସ୍କନ୍ଦର-ଏମ୍ ବ୍ୟାଲିଷ୍ଟିକ୍ ମିସାଇଲ୍ ମାଡ କରାଯାଇଛି । ଏହା ସହିତ ସାରାତୋଭ୍ ଅଞ୍ଚଳର ରୁଷ ଆକାଶମାର୍ଗରୁ 6ଟି କେଏଚ -101 କ୍ରୁଜ୍ ମିସାଇଲ୍ ଏବଂ କୁର୍ସ୍କ ଅଞ୍ଚଳରୁ 4ଟି ଏସ-300 ମିସାଇଲ୍ ମାଡ କରିଛି ।