
ଭୁବନେଶ୍ୱର – ଓଡିଶା ଗସ୍ତରେ ଆସିଥିବା ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଭୁବେନଶ୍ୱରରେ ଆୟୋଜିତ ସମ୍ବିଧାନ ବଂଚାଅ ସମାବେଶରେ ଯୋଗ ଦେବା ଅବସରରେ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ଗଞ୍ଜାମରେ ଦଳିତଙ୍କୁ ଆକ୍ରମଣ ହୋଇଛି। କଣ ଏ ସରକାର ଚାହୁଁଚି। ଲଢେଇ ଆବଶ୍ୟକ। ଆମ ପାର୍ଟି ଲଢୁଛି କିନ୍ତୁ ସରକାର ଶୋଇଛି। ଓଡ଼ିଶାରେ ୧୧ ମାସରେ ୨୮ ହଜାର ମହିଳା ଓ ଶିଶୁଙ୍କ ଉପରେ ଅତ୍ୟାଚାର ହୋଇଛି। ଓଡିଶାରେ କମିଶନ ଖିଆ ସରକାର ଚାଲିଛି। ବାଲି, ଜଙ୍ଗଲ ବିକି କମିଶନ ଖାଉଛନ୍ତି। ଜଣେ ଅଫିସରକୁ ବି ବିଜେପିର ଲୋକ ବାଡ଼େଇଲେ। ରଥ ଯାତ୍ରାରେ ୩ ଜଣ ଙ୍କ ଜୀବନ ଗଲା ଅନେକ ଆହତ ହେଲେ।ଧନୀ ଲୋକଙ୍କ ପାଇଁ ରଥକୁ ଅଟକାଇ ଦିଆଗଲା। ଭାଗବାନ କଣ କେବଳ ଧନୀଙ୍କ ପାଇଁ ବୋଲି ଖଡଗେ ପ୍ରଶ୍ନ କରିଛନ୍ତି।
ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ। ଭୁବନେଶ୍ୱରରେ ଏମ୍ସ ଓ ଇନ୍ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ କଂଗ୍ରେସ କରିଛି। ବିଜେପିର ଅବଦାନ ଜିରୋ, ଏମାନେ ଏଠାରେ କିଛି କାମ କରିନାହାନ୍ତି। କିଛି କାମ ନ କରି କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛି ବିଜେପି। କେବଳ ବିକ୍ରି କରିବାରେ ଲାଗି ପଡ଼ିଛନ୍ତି। ଦେଶର ସମ୍ବିଧାନକୁ ସମାପ୍ତ କରିବା ମୋଦିଙ୍କ ଲକ୍ଷ୍ୟ। ଧର୍ମ ନାଁରେ ବିଭାଜନ ରାଜନୀତି କରୁଛି ବିଜେପି। ସେହିପରି ଭାରତ-ପାକିସ୍ତାନ ଯୁଦ୍ଧ ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ୍ କରି ଖଡଗେ କହିଛନ୍ତି ଯୁଦ୍ଧ ବନ୍ଦ ପାଇଁ କହିଥିବା ଟ୍ରମ୍ପ ୧୬ ଥର କହିଛନ୍ତି। କିନ୍ତୁ ମୋଦି ଥରୁଟିଏ ବି ଏହା ବିରୋଧରେ କହିଲେନି।
ସରକାରକୁ ସବକ ଶିଖାଇବା ଜରୁରୀ। ଓଡିଶାରେ କଂଗ୍ରେସ ଜିତିଲେ ପୁରା ଭାରତରେ କଂଗ୍ରେସ ରଙ୍ଗ ଲାଗିବ.। ଓଡିଶାର ଲୋକ ମଜଭୂତ। ସମସ୍ତଙ୍କୁ କଂଗ୍ରେସ ଦଳକୁ ମଝଭୁତ କରିବାକୁ ଲଢ଼ିବାକୁ ପଡିବ ବୋଲି ଖଡଗେ ଆହ୍ୱାନ ଦେଇଛନ୍ତି।