ଭୁବନେଶ୍ୱର – ଏଣିକି ରାଜ୍ୟରେ କଚ୍ଚା ଘର ଆଉ ରହିବ ନାହିଁ । ଆଗାମୀ ତିନି ବର୍ଷରେ କଚ୍ଚା ଘର ଗୁଡିକୁ ପକ୍କା ଘରରେ ପରିଣତ କରା ଯିବ ବୋଲି ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ପକ୍କା ଘର ପ୍ରଦାନ କରିବାକୁ ଏକ ଯୋଜନା ପ୍ରସ୍ତୁତ କରୁଛନ୍ତି । ଏହି ଯୋଜନାରେ ପ୍ରତ୍ୟେକ ବ୍ଲକରେ ଯାହାର ଚାଳ ଘର, କଚ୍ଚା ଘର ଥିବା ବା ଘର ନ ଥିବ ସମସ୍ତଙ୍କୁ ଘର ଯୋଗାଇ ଦିଆ ଯିବ । ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦିଆ ଯିବ । ଯୋଗ୍ୟ ହିତାଧିକାରୀ ମାନଙ୍କୁ ଏହି ଘର ମିଳବ ବୋଲି ସେ କହିଥିଲେ ।