
ଭୁବନେଶ୍ୱର– ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,
ବିଜେପିର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ, ପ୍ରତିରକ୍ଷାମନ୍ତ୍ରୀ, କୁଶଳ ସଂଗଠକ ଏବଂ କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କର ପ୍ରେରଣା ସ୍ରୋତ ଆଦରଣୀୟ ଶ୍ରୀ ରାଜନାଥଜୀଙ୍କୁ ଜନ୍ମଦିନର ହାର୍ଦ୍ଧିକ ଶୁଭେଚ୍ଛା।
ଦେଶର ରକ୍ଷା ପ୍ରଣାଳୀକୁ ସୁଦୃଢ଼ କରିବା, ସେନା ବଳକୁ ଆଧୁନିକ ରୂପ ଦେବା ଓ ସଂଗଠନକୁ ଏକ ମଜବୁତ ଆଧାର ଦେବାରେ ଆପଣଙ୍କ ଅବଦାନ ପ୍ରଶଂସନୀୟ ଏବଂ ପ୍ରେରଣାଦାୟକ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ଅତୁଟ ଶକ୍ତି ଦିଅନ୍ତୁ, ଯାହାଦ୍ୱାରା ଆପଣ ରାଷ୍ଟ୍ରସେବା ପଥରେ ନିରନ୍ତର ଅଗ୍ରସର ରହିପାରିବେ।