
ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲା ଓ ସୋନପୁର ଜିଲ୍ଲାର ସୀମାନ୍ତବର୍ତୀ ଘଞ୍ଚ ଜଙ୍ଗଲ ପ୍ରାକୃତିକ ସୋନ୍ଦର୍ଯ୍ୟଭରା ,ବନ ପାହାଡ଼ ଭରା କୁଆରୀ ଜଙ୍ଗଲ, ରିଜର୍ଭ ଜଙ୍ଗଲ,ରମାଇ ସଂରକ୍ଷିତ ଜଙ୍ଗଲ, ବାରପାହାଡ ଜଙ୍ଗଲକୁ ଲାଗିରହିଛି,ପ୍ରକୃତିର ବରଦାନ ଏହି ଶିଁଯୋରି କଟାର ଯତ୍ନ,ସୁରକ୍ଷା ଯୋଗାଉଛନ୍ତି ଏ ଅଞ୍ଚଳର ପାଖରେ ଥିବା ଗ୍ରାମବାସୀର ଲୋକମାନେ।ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ପରିଦର୍ଶନ କଲେ ଓ ରାଜ୍ୟ ସରକାରଙ୍କୁ ସଠିକ୍ ଉପସ୍ଥାପନ କଲେ ଏକ ସମ୍ଭାବନା ସୃଷ୍ଟି ହେବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।ରାଜ୍ୟ ସରକାର ବିଗତ କିଛି ବର୍ଷ ହେଲା ପର୍ଯ୍ୟଟନକୁ ଗୁରୁତ୍ଵ ଦେଇ ଆସୁଛନ୍ତି,ଯେମିତିକି ଭିମଦୁଙ୍ଗୁରି, ଗାଇଖାଇ ଅନେକ ସମ୍ଭାବନା ସୃଷ୍ଟି ହୋଇ ପାରିଛି।ସିଞ୍ଜୋରି କଟା ଏକ ବହୁତ୍ ବଡ଼ ଜଳାଶୟ ରହିଛି,ଯାହାକି ଗ୍ରୀଷ୍ମ ଋତୁରେ ମଧ୍ୟ ପାଣି ରହେ ଓ ତଳ ମୁଣ୍ଡର ଚାଷୀ ମାନେ ଚାଷ ମଧ୍ୟ କରିଥାନ୍ତି।ଏହି ଶିଁଯୋରୀ କଟା କୁ ଗ୍ରୀଷ୍ମ ଋତୁରେ ଜୀବ, ଜନ୍ତୁ ,ପଶୁ, ପକ୍ଷୀ ପାଣି ପିଇବା ପାଇଁ ଆସିଥାନ୍ତି।ଶୀତ ଋତୁରେ ଏ ଅଞ୍ଚଳର ପାଖରେ ଥିବା ଗ୍ରାମ ମାନଙ୍କରୁ ବଣ ଭୋଜି କରିବାପାଇଁ ଓ ଜଙ୍ଗଲ ର ପ୍ରକୃତିକୁ ଉପଭୋଗ କରିବାକୁ ବିଭିନ୍ନ ଗୋଷ୍ଟିର ଲୋକମାନେ ଆସିଥାନ୍ତି।ଏହି ସ୍ଥାନରେ ଏକ ନଳକୂପ ଖୋଲାଯାଇଛି,ଯାହାକି ସ୍ୱଚ୍ଛ ପାଣି ପିଇବା ପାଇଁ ଉପଯୋଗ।ହାତୀ ମାନଙ୍କର ପ୍ରାଦୁର୍ଭାବ ଥିବାରୁ ଏକ ହାତୀ ନିରୀକ୍ଷଣ ଟାୱାର ତିଆରି କରାଯାଇଛି,ତା ସହିତ ଏକ ମାଛ ଜଗିବା ପାଇଁ ଗୃହ ତିଆରି କରାଯାଇଛି।ଏହି ସ୍ଥାନକୁ ଯିବାକୁ ହେଲେ ସମ୍ବଲପୁର ମୁଖ୍ୟ ରାସ୍ତା ରୁ ସାଲେଭଟା ରୁ ମାତ୍ର ୧୨.୫ କିଲୋମିଟର ରାସ୍ତା,ଯାହାକି ଗାଇ ଖାଇ ଡେମ୍ ଦେଖିକରି ମଧ୍ୟ ପାଖରେ ଥିବା ଶିଞ୍ଜିରୀ କଟା କୁ ଦେଖି ପାରିବେ।ଆହୁରି ମଧ୍ୟ ପ୍ରସିଦ୍ଧ ଶିବ ପୀଠ ଯୋଗିଶର୍ଡା ଗ୍ରାମରେ ଥିବା ଶିବ ମହାପ୍ରଭୁ ଙ୍କ ଯୋଗେଶ୍ୱର ବାବା ଙ୍କ ମନ୍ଦିର ପରିଦର୍ଶନ କରି ସରିବା ପରେ ମାତ୍ର ୧୦ କିଲୋମିଟର ଯାଇ ବଣ ଭୋଜି କରି ପ୍ରକୃତିର ସୌନ୍ଦଯ୍ୟା ଭରା ସିଯୋରି କଟା କୁ ଯାଇପାରିବେ।ବହୁତ୍ ବଡ଼ ସମ୍ଭାବନା କୁ ସୋନପୁର ର ବିଧାୟକ,ଓ ଲୋଇସିଂହା ବିଧାୟକ ଏବଂ ସାଂସଦ ଙ୍କୁ ଜଣାଇବାକୁ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।ସରକାର ଏଭଳି ଏକ ପ୍ରାକୃତିକ ଜଙ୍ଗଲ, ପରିବେଶ କୁ ଏକ ସମ୍ଭାବନା ସୃତି କରି ଇକୋ ତୁରିଜିମ୍ ରେ ପରିଣତ କରିବାକୁ ରାଜ୍ୟ ସରକାରକୁ ନିବେଦନ।