
ଧର୍ମଶାଳା– ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଚନ୍ଦନପୁର ପଂଚାୟତ ହାଟସାହି ଗ୍ରାମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ସମାଜସେବୀ କାମଦେବ ବେହେରାଙ୍କ ୮ ବର୍ଷିୟ ପୁଅ ଇନ୍ଦ୍ରଜିତଙ୍କର ଅକାଳ ବିୟୋଗ ଘଟିଥିଲା । ପୁଅର ଏଭଳି ଘଟଣାକୁ ନେଇ ପରିବାର ଠାରୁ ଆରମ୍ଭ କରି ଗାଁରେ ଶୋକାକୂଳ ପରିବେଶ । ସମସ୍ତଙ୍କ ଆଖି ଲୁହ ଛଳଛଳ । ୮ ବର୍ଷିୟ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି । ଏହି ଦୁଃଖଦ ଖବର ପାଇ ବରୀ ବିଜେପି ନେତା ଉମେଶ ଜେନା ତାଙ୍କ ପରିବାରଙ୍କ ନିକଟରେ ପଂହଚି ସମବେଦନା ଜଣାଇଛନ୍ତି । ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ବହୁ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପଂହଚି ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।