
ଭୁବନେଶ୍ୱର– ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ଧର୍ମଘଟ ବା ‘ଭାରତ ବନ୍ଦ’ । ୧୦ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନକୁ ନେଇ ଗଠିତ ମଞ୍ଚ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ୨୫ କୋଟିରୁ ଅଧିକ ଶ୍ରମିକ ଧର୍ମଘଟରେ ସାମିଲ ହେବା ନେଇ ଆଶା କରାଯାଉଛି । ଧର୍ମଘଟ ଯୋଗୁଁ ବିଶେଷ ପ୍ରଭାବିତ ହୋଇପାରେ ଖଣି ଓ କାରଖାନା । ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଓ ଆଉଟ୍ସୋର୍ସିଂକୁ ବିରୋଧ କରାଯାଇଛି । ବେକାରୀ ସମସ୍ୟାର ସ୍ଥାୟୀ ସମାଧାନ ଓ ଅଧିକ ନିଯୁକ୍ତି ସୃଷ୍ଟି ମୁଖ୍ୟ ଦାବି ରହିଛି ।