
ବ୍ରାସିଲିୟା-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ଦେଶ ଯାତ୍ରାର ଶେଷ ପର୍ଯ୍ୟାୟରେ ବିମାନ ଯୋଗେ ଆଫ୍ରିକୀୟ ଦେଶ ନାମିବିଆ ଯାଇଛନ୍ତି । ଏହାର ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବ୍ରାଜିଲ୍ ଯାତ୍ରା ରିଓ ଡି ଜାନେରିଓରେ ସଫଳ ୧୭ତମ ବ୍ରିକ୍ସ୍ ଶିଖର ସମ୍ମେଳନ ଓ ବ୍ରାସିଲିଆରେ ରାଜକୀୟ ଯାତ୍ରା ସହିତ ସ୍ମରଣୀୟ ଭାବରେ ସମାପ୍ତ ହୋଇଥିଲା।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଫ୍ରିକୀୟ ଦେଶ ନାମିବିଆ ଯାତ୍ରା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ନାମିବିଆର ରାଜଧାନୀ ଭିଣ୍ଡହୋକ୍ରେ ଅବସ୍ଥିତ ଉଚ୍ଚାୟୁକ୍ତ ରାହୁଲ ଶ୍ରୀବାସ୍ତବଙ୍କ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମିବିଆ ଯାତ୍ରା ପରେ ପ୍ରୋଜେକ୍ଟ ଚିତା ୨ ଆରମ୍ଭ ହେବାର ସମ୍ଭାବନା ରହିଛି।
ଏହା ସହିତ, ଭାରତର ନାମିବିଆରେ ମିଳୁଥିବା ଅତ୍ୟାବଶ୍ୟକ ଖଣିଜ (କ୍ରିଟିକାଲ୍ ମିନେରାଲ୍ସ) ପ୍ରତି ବିଶେଷ ଆଗ୍ରହ ଅଛି। ଭାରତ ନାମିବିଆରୁ ୟୁରେନିୟମ୍ ରପ୍ତାନି ନେଇ ମଧ୍ୟ ବିଚାର କରୁଛି।ନାମିବିଆ ମଧ୍ୟ ଭାରତରୁ କିଛି ସାମରିକ ଉପକରଣ କିଣିବାକୁ ଇଚ୍ଛୁକ।
ନାମିବିଆରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତିଙ୍କ ସହିତ ପ୍ରତିନିଧିମଣ୍ଡଳ ସ୍ତରର ବାର୍ତ୍ତାଳାପ କରିବେ। ଏହା ସହିତ, ସେ ନାମିବିଆର ଜାତୀୟ ସ୍ମାରକ ‘ହିରୋଜ୍ ଏକର୍’ କୁ ଗଲି ଦେଶର ସ୍ଥାପକ ଡ଼ା. ସ୍ୟାମ୍ ନୁଜୋମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହାଛଡ଼ା, ପ୍ରଧାନମନ୍ତ୍ରୀ ମୋଦି ନାମିବିଆର ସଂସଦକୁ ମଧ୍ୟ ସମ୍ବୋଧନ କରିବେ। ସେ ଭାରତୀୟ ପ୍ରବାସୀ ସମୁଦାୟ ସହିତ ସାକ୍ଷାତ କରିବେ।
ଭାରତୀୟ ସମୟାନୁସାରେ ପ୍ରଧାନମନ୍ତ୍ରୀ ମୋଦି ବ୍ରାଜିଲ୍ ରୁ ରାତି ୨:୨୪ ମିନିଟ୍ରେ ନାମିବିଆ ଯାଇଛନ୍ତି ।