
ନୂଆଦିଲ୍ଲୀ-ବ୍ରାଜିଲ୍ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ର୍ୟାଣ୍ଡ କଲାର୍ ଅଫ୍ ଦ ନ୍ୟାସନାଲ୍ ଅର୍ଡର୍ ଅଫ୍ ଦ ସଦର୍ଣ୍ଣ କ୍ରସ୍’ ଦେଇ ସମ୍ମାନିତ କରାଯିବାକୁ ନେଇ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି।
ସେ ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟରେ ଲେଖିଛନ୍ତି ଯେ, ଏହି ସମ୍ମାନ ପ୍ରତ୍ୟେକ ଭାରତବାସୀ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ମନ୍ତ୍ରୀ ପ୍ରଧାନ କହିଛନ୍ତି ଯେ, ଏହି ସମ୍ମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଭାବଶାଳୀ ବିଶ୍ୱ ନେତୃତ୍ୱ, ଭାରତ ଓ ବ୍ରାଜିଲ୍ ମଧ୍ୟରେ ଐତିହାସିକ ସମ୍ପର୍କ ଓ “ବିଶ୍ୱ-ମିତ୍ର” ଭାବରେ ଭାରତର ବଢ଼ୁଥିବା ଅନ୍ତର୍ଜାତୀୟ ପ୍ରତିଷ୍ଠାର ଗୌରବପୂର୍ଣ୍ଣ ପ୍ରତୀକ ଅଟେ।
ସେ ପ୍ରଧାନମନ୍ତ୍ରୀଙ୍କୁ ଏହି ଉପଲବ୍ଧି ପାଇଁ ଶୁଭେଚ୍ଛା ଦେଇ କହିଛନ୍ତି ଯେ, ଏହି ସମ୍ମାନ ଭାରତ ପାଇଁ ଏକ ଐତିହାସିକ ଓ ପ୍ରେରଣାଦାୟୀ କ୍ଷଣ ଅଟେ ।