
ମାଲକାନଗିରି– ସମବାୟ ବର୍ଷ ପାଳନ ଅବସରରେ କୁଡୁମୁଲୁଗୁମ୍ମା ଆଦର୍ଶ ସମବାୟ ସମିତି ଓ ରାଜ୍ୟ ସମବାୟ ବିଭାଗର ମିଳିତ ଆନୁକୁଲ୍ୟରେ ଚାରା ରୋପଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଲକାନଗିରି ଜିଲ୍ଲା ସମବାୟ ସମିତି ସମୁହର ଉପ ନିବନ୍ଧକ ଥିଓଫିଲ୍ ଶବର, ସହକାରୀ ଉପ ନିବନ୍ଧକ ଚନ୍ଦ୍ର ସେଠୀଆ, ବି.ଭେଙ୍କେଟ ରାଓ, ସଞ୍ଜୟ କୁମାର ଦାସ, ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ, ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ରମେଶ ଚନ୍ଦ୍ର ରାଉତ, ସମିତି ସଦସ୍ୟ ସାଧୂ ହନ୍ତାଳ, ଭଗବାନ ସାହୁ, ହରି ମାଢୀ ପ୍ରମୁଖ ଉପସ୍ଥିତ ଥିଲେ । କୁଡୁମୁଲୁଗୁମ୍ମା ସ୍ଥିତ ସ୍ଥାନୀୟ ଧାନ ମଣ୍ଡି ଓ ଏହା ନିକଟରେ ଥିବା ଖାଲି ପଡିଆରେ ୨୦୦ ରୁ ଉର୍ଦ୍ଧ ବିଭିନ୍ନ ପ୍ରକାରର ଚାରା ଯଥା- ଆମ୍ବ, ପଣସ, ଅଁଳା, ନଡ଼ିଆ, କୃଷ୍ଣଚୂଡ଼ା ଓ ପିଜୁଳି ଚାରା ପ୍ରମୁଖ ରୋପଣ କରାଯାଇଛି । ସବୁଜିମା ବଳୟ ସୃଷ୍ଠି କରିବାରେ କୁଡୁମୁଲୁଗୁମ୍ମା ଲ୍ୟାମ୍ପ୍ସ ଏକ ଅଗ୍ରଣୀ ଭୂମିକା ନେବ ବୋଲି କହିବା ସହ ସମସ୍ତଙ୍କୁ “ଗୋଟିଏ ବୃକ୍ଷ ନିଜ ମାଁଙ୍କ ନାମରେ” ଲଗେଇବା ପାଇଁ ଉପ ନିବନ୍ଧକ ଶ୍ରୀ ଶବର ଆହ୍ୱାନ ଦେଇଛନ୍ତି । ଏହି ରୋପଣ କାର୍ଯ୍ୟକ୍ରମ ରେ ଲ୍ୟାମ୍ପ କର୍ମଚାରୀ ଅନୀଲ ସ୍ୱାଇଁ, ସୁନୀଲ ପଟ୍ଟନାୟକ, ରାଜେନ୍ଦ୍ର ଦଳପତି, ନରହରି ସ୍ୱାଇଁ, ବଳରାମ ଦଳପତି ଓ ଅଶୋକ କୁମାର ପ୍ରମୁଖ ସହଯୋଗ କରିଥିଲେ ।