
ଭୁବନେଶ୍ୱର– ମନମୋହନ ସାମଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ଅବସରରେ ପ୍ରଭାତି ପରିଡା କହିଛନ୍ତି ଯେ, ପଞ୍ଚାୟତରୁ ପାର୍ଲିଆମେଣ୍ଟ ଯାଏଁ ସବୁଠି ସରକାର ହୋଇଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ମୋହନ – ମନମୋହନ ଯୋଡ଼ିରେ ମଧ୍ୟ ସଫଳତା ମିଳିବ । ଡବଲ ଇଞ୍ଜିନ ସରକାର ଗତି କ୍ଷୀପ୍ର ଗତିରେ ଚାଲିବ । ମୋହନ ଓ ମନମୋହନଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପି ଯଶସ୍ୱୀ ହେବ । ଦଳକୁ ମଜବୁତ କରିବା ପାଇଁ କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।