
ଭୁବନେଶ୍ୱର– ଲମ୍ବା ଇନିଙ୍ଗିସ ଖେଳିବ ବିଜେପି ସରକାର । ନବ ନିର୍ବାଚିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ବିଜେପି ସରକାର 2036 ମସିହା ବି ଦେଖିବ, 2047 ମସିହା ବି ଦେଖିବ । ଲମ୍ବା ଇନିଙ୍ଗିସ ଖେଳିବ ବିଜେପି ସରକାର । ବିଜେପିରେ ଜଣେ ଚା ବିକାଳୀ ପ୍ରଧାନମନ୍ତ୍ରୀ ହୋଇପାରେ, ଜଣେ ଶିଶୁ ମନ୍ଦିର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୋଇପାରେ ।
ମନମୋହନ କହିଛନ୍ତି ଯେ, ସରକାର ଆସିବା ପୂର୍ବରୁ ଆମେ ଶୋଇବାନି କି କାହାକୁ ଶୋଇବାକୁ ଦେବା ନାହିଁ । ଏବେ ସରକାର ଆସିବା ପରେ ବି ଆମେ ଶୋଇବାନି ବୋଲି କହି କର୍ମକର୍ତ୍ତାଙ୍କୁ ଆହ୍ଵାନ ଦେଇଛନ୍ତି ମନମୋହନ । ଏବେ ଦାୟିତ୍ଵ ଛିଣ୍ଡି ନାହିଁ । ଦାୟିତ୍ଵ ବଢ଼ିଗଲା । ସବୁ ଗାଁ କୁ ଯିବା, ସମସ୍ତଙ୍କ ସହ ମିଶିବା, ଭଲ ବ୍ୟବହାର କରିବା । ସମସ୍ତେ ମିଳିମିଶି ଏକ ହୋଇ କାମ କରିବାକୁ ଆହ୍ଵାନ ଦେଲେ ମନମୋହନ । ସାଧାରଣ ଲୋକ ଏହି ସୁଯୋଗ ବିଜେପିକୁ ଦେଇଛନ୍ତି, ଏହାକୁ ହାତ ଛଡ଼ା କରିବା ନାହିଁ ।
ସେ କହିଛନ୍ତି ଯେ, ଏ ଦାୟିତ୍ଵ ମନମୋହନ ସାମଲଙ୍କ ଦାୟିତ୍ଵ ନୁହେଁ । ଏ ଦାୟିତ୍ଵ ସବୁ କାର୍ଯ୍ୟକର୍ତ୍ତାଙ୍କ ଦାୟିତ୍ଵ । ସରକାର ଗଢିଥିବା ସବୁ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଲେ ମନମୋହନ । କାର୍ଯ୍ୟକର୍ତ୍ତା ପରିଶ୍ରମ କରିନଥିଲେ ବିଜେପି ସାଇନ୍ ବୋର୍ଡ ପାର୍ଟିରୁ ସରକାର ଯାଏଁ ପହଞ୍ଚି ପାରିନଥିଲା । ବିଜେପିରେ ଜଣେ ଚା ବିକାଳୀ ପ୍ରଧାନମନ୍ତ୍ରୀ ହୋଇପାରେ, ଜଣେ ଶିଶୁ ମନ୍ଦିର ଶିକ୍ଷକ ମୁଖ୍ୟମନ୍ତ୍ରୀ ହୋଇପାରେ । ପୂର୍ବରୁ ବିଜେପି ଗୋଟିଏ ଦଳ ଅସରପା ଗୋଟିଏ ଚଢ଼େଇ କରି ଉପହାସ କରାଯାଉଥିଲା । ନିଶ ଦାଢ଼ି ଉଠି ନଥିବା ଦୁଇ ଚାରି ଜଣ ପିଲା ବିଜେପିରେ ବୁଲୁଛନ୍ତି ବୋଲି କୁହାଯାଉଥିଲା । 2036ରେ ସମୃଦ୍ଧ ଓଡ଼ିଶା ହେବ, 2047ରେ ବିକଶିତ ଭାରତ ହେବ । ଓଡ଼ିଶା ସବୁଠୁ ଅଧିକ ଅବଦାନକରିବ । ବିଜେପି ସରକାର ଆସିବା ଆଗରୁ ଯାହା କହିଥିଲା ଏବେ କରୁଛି । ବିଜେପି ସରକାର ହେବା ଯୋଗୁଁ ଧାନ 3100 ଟଙ୍କା, ସୁଭଦ୍ରା ଯୋଜନା, 78 ହଜାର କିମି ରାସ୍ତା, ଆୟୁଷ୍ମାନ ଯୋଜନା ଭଳି ଅନେକ କାର୍ଯ୍ୟକ୍ରମ ହୋଇପାରିଛି । ସରକାର ଆସିବା ପରେ ଦାୟିତ୍ଵ ବଢିଛି । ସରକାର ଆସିବା ଯେତିକି କଷ୍ଟ ଥିଲା, ଏବେ ଲୋକଙ୍କ ଆଶା ପୂରଣ କରିବାର ଦାୟିତ୍ଵ ବଢିଛି । ସ୍ବାଧୀନତାର 78 ବର୍ଷ ଭିତରେ ଓଡ଼ିଶାରେ ବହୁତ ସମସ୍ୟା ଅଛି । ସବୁ ସମାଧାନ କରିବାକୁ ହେବ । ସରକାର ଆସିବା ପୂର୍ବରୁ ଆମେ ଶୋଇବାନି କି କାହାକୁ ଶୋଇବାକୁ ଦେବା ନାହିଁ । ଏବେ ସରକାର ଆସିବା ପରେ ବି ଆମେ ଶୋଇବାନି ବୋଲି କହି କର୍ମକର୍ତ୍ତାଙ୍କୁ ଆହ୍ଵାନ ଦେଲେ ମନମୋହନ । ଲୋକଙ୍କ ପାଇଁ କାମ କରିବା । ବିଜେପି ସରକାର 2036 ମସିହା ବି ଦେଖିବ, 2047 ମସିହା ବି ଦେଖିବ । ଲମ୍ବା ଇନିଙ୍ଗିସ ଖେଳିବ ବିଜେପି ସରକାର । ସମସ୍ତେ ମିଳିମିଶି ଏକ ହୋଇ କାମ କରିବାକୁ ଆହ୍ଵାନ ଦେଲେ ମନମୋହନ । ସାଧାରଣ ଲୋକ ଏହି ସୁଯୋଗ ବିଜେପିକୁ ଦେଇଛନ୍ତି, ଏହାକୁ ହାତ ଛଡ଼ା କରିବା ନାହିଁ । ଅସମ୍ଭବ ବୋଲି କିଛି ଅଭିଧାନ ନାହିଁ । ପରିଶ୍ରମ କଲେ ସବୁ ସମ୍ଭବ । ବିରୋଧୀଙ୍କୁ ଟାର୍ଗେଟ କଲେ ମନମୋହନ ଯେଉଁମାନେ ଆମ ବିରୋଧରେ କହିଛନ୍ତି । ସେମାନେ କ୍ଷମତା ଛାଡ଼ି ବର୍ଷେ ରହି ପାରୁନାହାନ୍ତି । ଏବେ ଦାୟିତ୍ଵ ଛିଣ୍ଡି ନାହିଁ । ଦାୟିତ୍ଵ ବଢ଼ିଗଲା । ସବୁ ଗାଁ କୁ ଯିବା, ସମସ୍ତଙ୍କ ସହ ମିଶିବା, ଭଲ ବ୍ୟବହାର କରିବା । ଏ ଦାୟିତ୍ଵ ସମସ୍ତଙ୍କର, କେବଳ ମୋ ଦାୟିତ୍ଵ ନୁହେଁ ବୋଲି ମନମୋହନ ସାମଲ କହିଛନ୍ତି ।