
ଭୁବନେଶ୍ୱର– ନବ ନିର୍ବାଚିତ ରାଜ୍ୟ ବିଜେପି ସଭାପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ସେ କହିଛନ୍ତି ଯେ, ଯୋଡ଼ାକୁ ଘୋଡା ସରୀ ନୁହେଁ । ମନମୋହନ ସାମଲ ଚତୁର୍ଥ ସଭାପତି ହୋଇଛନ୍ତି । ମୋହନ ମାଝୀ ଚତୁର୍ଥ ଥର ବିଧାୟକ ହୋଇଛି ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହି ଯୋଡାକୁ ଘୋଡା ସରି ନୁହେଁ । କେନ୍ଦ୍ରର 11 ରାଜ୍ୟର 1 ମିଶି 12 କିନ୍ତୁ ଏହା ଆଗକୁ 111 ହେବ । ସଙ୍ଗଠନ ଓ ସରକାର ଗୋଟିଏ ମୁଦ୍ରାରେ ଦୁଇଟି ପାର୍ଶ୍ବ । ଏହି ଦୁଇ ପାର୍ଶ୍ଵ ଆଜି ଗୋଟିଏ ହୋଇ କାମ କରିବାର ସଂକଳ୍ପ ନେଇଛନ୍ତି ।
ନବ ନିର୍ବାଚିତ ରାଜ୍ୟ ବିଜେପି ସଭାପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ଯେ, ଆଜି ମହାପ୍ରଭୁ ଜଗନ୍ନାଥଙ୍କ ନୀଳାଦ୍ରି ବିଜେ । ଏଭଳି ପବିତ୍ର ଶୁଭ ଅବସରରେ ରାଜ୍ୟର ସଭାପତି ଭାବେ ମନମୋହନ ସାମଲ ଚତୁର୍ଥ ଥର ପାଇଁ ଦାୟିତ୍ଵ ନେଉଛନ୍ତି । ଯେତେବେଳେ ବିଜେପି ପାଇଁ ମନମୋହନ କାମ କରିଛନ୍ତି, ଦଳ ପାଇଁ ଶୁଭ ସଙ୍କେତ ଆସିଛି । ମେଣ୍ଟ ସରକାର ସମୟରେ ନେତୃତ୍ବ ନେଉଥିଲେ ମନମୋହନ ସାମଲ । 2024 ରେ ମଧ୍ୟ ମନମୋହନ ସାମଲଙ୍କ ନେତୃତ୍ୱରେ ଓଡ଼ିଆ ଲୋକଙ୍କ ସମର୍ଥନ ହାସଲ କରି ସରକାରକୁ ଆସିଲା ବିଜେପି । ସମୟ ବଡ଼ ବଳବାନ । ଏଭଳି ଏକ ସମୟ ଆସିଲା, ବିଜେପି ଡବଲ ଇଞ୍ଜିନ ସରକାର ଆସିଲା । ବିରୋଧୀ ମାନଙ୍କୁ ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ, ସେମାନେ ଦେଖନ୍ତୁ ଆଜି ଡବଲ ଇଞ୍ଜିନ ସରକାର ଆସିଛି । ସେହି 2000 ମସିହାରେ ବିଜେପି ସରକାର ସରକାରକୁ ଆସିଥିଲା । ସେହି ମନମୋହନ ସାମଲଙ୍କ ନେତୃତ୍ୱରେ ଲୋକସେବା ଭବନରେ ବିଜେପିର ଝଣ୍ଡା ଉଡ଼ିଲା । 21ରୁ 20 ସାଂସଦ ଜିତିଛନ୍ତି । ମନମୋହନ ସାମଲଙ୍କ ନେତୃତ୍ୱରେ ଅସମ୍ଭବ ବି ସମ୍ଭବ ହୋଇଛି । ମନମୋହନଙ୍କ ନେତୃତ୍ୱରେ ହିଁ ସମୃଦ୍ଧ ଓଡିଶା ହେବ । ଛାତ୍ର ରାଜନୀତିରୁ ପୋଷ୍ଟର ଲଗାଇବା ଠାରୁ ଆରମ୍ଭ କରି ମନ୍ତ୍ରୀ, ସଭାପତି, ସାଂସଦ ଭଳି ବିଭିନ୍ନ ପଦବୀରେ ରହିଛନ୍ତି । ବିଜେପିରେ ଚତୁର୍ଥ ଥର ପାଇଁ ସଭାପତି ହୋଇ ଇତିହାସ ରଚିଛନ୍ତି ମନମୋହନ । 90 ଦଶକରେ ବିରୋଧୀ ବିଜେପିକୁ ସାଇନ୍ ବୋର୍ଡ ପାର୍ଟି କହୁଥିଲେ । ବିଜେପିକୁ ଅପମାନ କରାଯାଉଥିଲା । ସରକାରକୁ ଗୋଟେ ବର୍ଷ ପୂରଣ ହୋଇଛି । ସଂକଳ୍ପ ପତ୍ର ପ୍ରତିଶ୍ରୁତି ଅନୁସାରେ ଅନେକ କାମ କରିଛି ବିଜେପି ସରକାର । କେନ୍ଦୁଝର ଜିଲ୍ଲା ଆଦିବାସୀ ଗାଁ ରାଇକଳାରୁ ଆସିଥିବା ଆଦିବାସୀ ପୁଅକୁ ଆଜି ଏହି ଦଳ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି ।