
ଭୁବନେଶ୍ୱର– ସୁନ୍ଦରଗଡ଼ରେ ବିସ୍ପୋରକ ଲୁଟ ଘଟଣା । ଲୁଟରେ ସମ୍ପୃକ୍ତ କୁଲୁ ମୁଣ୍ଡାକୁ ରିମାଣ୍ଡରେ ନେଇଛି ଏନଆଇଏଟିମ । ଝରପଡା ଜେଲରୁ ସୁରକ୍ଷା ବଳୟ ଭିତରେ 6 ଦିନ ପାଇଁ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି । ଗତ ମେ 27ତାରିଖରେ ସୁନ୍ଦରଗଡ଼ ବଡ଼ଗାଁ ଇତମା ଠାରେ ଥିବା ଗୋଦାମ ଘରୁ ବିସ୍ପୋରକ ଲୁଟ ହୋଇଥିଲା । ଏହି ଘଟଣାରେ କୁଲୁ ମୁଣ୍ଡା ମାଓବାଦୀଙ୍କ ସହ ମିଶି ବିସ୍ପୋରକ ଲୁଟ କରିଥିଲା । କୁଲୁ ମୁଣ୍ଡାକୁ ଗିରଫ କରିଥିଲା ଏନଆଇଏ ।