
ସୋନପୁର/ବଲାଙ୍ଗିର, ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଡବ୍ଲୁଓଡିଏଲ୍) ଏକ ଅଗ୍ରଣୀ ବିଦ୍ୟୁତ୍ ବିତରଣ କମ୍ପାନୀ ଭାବେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସ୍ଥିର, ନିରବଚ୍ଛିନ୍ନ, ଗୁଣାତ୍ମକ ଏବଂ ସ୍ୱଚ୍ଛ ବିଦ୍ୟୁତ୍ ସେବା ଯୋଗାଇ ଦେବା ଲାଗି କେତେକ ଲୋକାଭିମୁଖୀ ପଦକ୍ଷପ ହାତକୁ ନେଉଅଛି ।
ଏହି ଧାରାରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିବାଦୀୟ ବିଦ୍ୟୁତ୍ ବିଲର ସଂଶୋଧନ ଲାଗି ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବଲାଙ୍ଗିର ଏବଂ ସୋନପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଳିତ ଜୁଲାଇ ମାସରେ ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ କରାଯାଉଅଛି । ଏଣୁ ଜିଲ୍ଲାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଅନୁରୋଧ ଯେ, ସେମାନେ ନିମ୍ନଲିଖିତ ଧାର୍ଯ୍ୟ ତାରିଖ ଅନୁଯାୟୀ ନିଜ ନିଜ ଅଞ୍ଚଳରେ ଉପସ୍ଥିତ ରହି ନିଜର ବାକିଥିବା ବିବାଦୀୟ ବିଦ୍ୟୁତ୍ ବିଲକୁ ନେଇ ଅଭିଯୋଗ ପଞ୍ଜିକୃତ ତଥା ସମାଧାନ କରିପାରିବେ ।
ବଲାଙ୍ଗିର ଜିଲ୍ଲା ଟାଉନ୍ ସ୍ଥିତ ସବ-ଡିଭିଜନ୍ ଅଫିସ୍ ଠାରେ ଆସନ୍ତାକାଲି (ଜୁଲାଇ 08 ତାରିଖ) ଦିନ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ ହେବାକୁ ଯାଉଛି । ସେହିପରି ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ସିନ୍ଧିକେଲା ସ୍ଥିତ ସେକ୍ସନ ଅଫିସ୍ ଠାରେ ଜୁଲାଇ 16 ତାରିଖ ଦିନ, ତୁରେଇକେଲା ସ୍ଥିତ ସେକ୍ସନ ଅଫିସ୍ ଠାରେ ଜୁଲାଇ 21 ତାରିଖ ଦିନ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ ହେବାକୁ ଯାଉଛି ।
ସେହିପରି ସୋନପୁର ଜିଲ୍ଲାର ଖାରିଠାରେ ଜୁଲାଇ 15 ତାରିଖ ଦିନ ଏବଂ ଉଲୁଣ୍ଡାଠାରେ ଜୁଲାଇ 17 ତାରିଖ ଦିନ ଏହି ବିଶେଷ ଅଭିଯୋଗ ପ୍ରତିବିଧାନ ପୀଠର ଆୟୋଜନ ହେବାକୁ ଯାଉଛି ବୋଲି! କର୍ପୋରେଟ୍ ଯୋଗାଯୋଗ ଏବଂ ସରକାରୀ ସମ୍ପର୍କ ମୁଖ୍ୟ ଟିପିଡବ୍ଲ୍ୟୁଓଡିଏଲ୍, କର୍ପୋରେଟ୍ କାର୍ଯ୍ୟାଳୟ, ବୁର୍ଲା ଜଣଇଛନ୍ତି।