
ବଲାଙ୍ଗିର,ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଠାରେ ରଥଯାତ୍ରା ଉପଲକ୍ଷେ ୩ ଦିନିଆ ରାଜ୍ୟସ୍ତରୀୟ ପାଲା ଉତ୍ସବ ଉଦ୍ଯାପିତ ହୋଇଯାଇଛି । ଏହି ଉତ୍ସବର ଉଦଯାପିତ ସନ୍ଧ୍ୟା ରେ କେନ୍ଦ୍ରାପଡ଼ା ର ବଜ୍ରମହାକାଳୀ ପାଲା ସଙ୍ଘ, ମା ଉତ୍କଳ ଭାରତୀ ରାଜ୍ୟ ପାଲା ଗାୟିକା ଓ କଳାକାର ପରିଷଦ ଯୋଗ ଦେଇ ହଜାର ହଜାର ଦର୍ଶକ ଙ୍କୁ ତାଙ୍କ କଳା ରେ ବାନ୍ଧି ରଖିଥିଲେ | ତା ସହ ବାରପୁଡୁଗିଆ, ବଞ୍ଛୋର ପାଲି, କେରମେଲି ର ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରି କଳା ପ୍ରଦର୍ଶନ କରିଥିଲେ | ଏହି ଉତ୍ସବ ର ସଭାପତି ତଥା କଳା ସଂଗଠକ ଜୟକୃଷ୍ଣ ମିଶ୍ର ଙ୍କ ଉଦ୍ୟମ ରେ ପ୍ରଥମ କରି ଆୟୋଜିତ ହୋଇଥିବା ଉତ୍ସବ ରେ ଗ୍ରାମ୍ୟ କଳା କାର କଳା ପ୍ରଦର୍ଶନ କରିବା ପାଇଁ ଏକ ଅପୂର୍ବ ସୁଯୋଗ ସଙ୍ଗେ ସଙ୍ଗେ କଳା ସଂସ୍କୃତି ର ସୁରକ୍ଷା ପାଇଁ ଏକ ଅଭିନବ ପ୍ରୟାସ | ସମ୍ମାନିତ ଅତିଥି ଇ° ବିଘ୍ନରାଜ ସାଏ, ଗୌତମ ମହଲା, ଅରବିନ୍ଦ ମିଶ୍ର, ସୁନିଲ ସେଠ୍, ଲବ ନାଗ, ବିକାଶ ନାଏକ, ଗଦନ ସାହୁ, ରିଙ୍କୁ ନାଏକ, ସଞ୍ଜୟ ନାଏକ, ସମ୍ପାଦକ ସଦାନନ୍ଦ ମହଲା ଯୋଗ ଦେଇ କଳାକାର ଗାୟିକା ପାଲା ଗୌରବ ସୁଶ୍ରୀ ସବିତା ଦେହୁରୀ(ଜେନା), ଗୁରୁ ସିପ୍ରା ରାଣୀ ଦେହୁରୀ (ଉପାଧି ପ୍ରାପ୍ତ ନୃତ୍ୟ ଉର୍ବସୀ, ଦେବଦାସୀ, ଗୁରୁ ଗୌରବ, ନୃତ୍ୟ ଧନୁ – ପୁରୀ) ରାଜରାଣୀ ଦେହୁରୀ, ଭଗ୍ୟଲକ୍ଷ୍ମି ପଣ୍ଡା, ଗୀତାଞ୍ଜଳୀ ରାଉତ, କିରଣ କୁମାର ଧଳ, ଆଦ୍ୟାଶା ଅଦିତି, ସୁନିଲ ବାରିକ, ସୌମ୍ୟରଞ୍ଜନ ତ୍ରିପାଠୀ, ଙ୍କୁ ସମ୍ବର୍ଦ୍ଧିତ କରିଥିଲେ | ଓଡ଼ିଶା ସରକାର ଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗ ରେ ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ଓ ସଂଯୋତ କଳା କେନ୍ଦ୍ର, ଦେବାଳୟ ସୁରକ୍ଷା କମିଟି ପ୍ରମୁଖ ଆୟୋଜନ କରିଥିଲେ ।