
ଭୁବନେଶ୍ୱର– କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତାଙ୍କ ପରଲୋକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ଏକ୍ସରେ ନବୀନ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କ ପିତା ଦୌଲାଲ ବୈଷ୍ଣବଙ୍କ ବିୟୋଗରେ ଶୁଣି ଗଭୀର ଭାବେ ଦୁଃଖିତ। ଏହି ଦୁଃଖଦ ମୁହୂର୍ତରେ ମୋର ସମବେଦନା ଏବଂ ପ୍ରାର୍ଥନା ଶୋକସନ୍ତପ୍ତ ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କ ସହିତ ଅଛି। ଓମ୍ ଶାନ୍ତି।