
ଭୁବନେଶ୍ୱର– ଆଜି ଅଧରପଣା ନୀତି। ବଡ଼ଦାଣ୍ଡକୁ ଅବତରଣ ପରେ ମହାପ୍ରଭୁଙ୍କ ଦର୍ଶନ ସହ ମୁକ୍ତି ପାଇଁ ଚଣ୍ଡିଚାମୁଣ୍ଡା, ଅଶରୀରୀମାନେ ଘୂରି ବୁଲୁଥା’ନ୍ତି। ଏହି ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୃପ୍ତ କରିବାପାଇଁ ରଥାରୂଢ଼ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସମ୍ପନ୍ନ ହେବ। ମହାପ୍ରଭୁଙ୍କ ଅଧରାମୃତ ପାନ କରିବେ ରଥ ପାର୍ଶ୍ବ ଦେବାଦେବୀ, ଚଣ୍ଡୀ ଚାମୁଣ୍ଡା । ଅପରାହ୍ନ ୪ଟା ୩୦ରୁ ଆରମ୍ଭ, ୮ଟା ୩୦ରେ ଶେଷ ହେବ । ମଧ୍ୟ ରାତ୍ର ୨ଟାରେ ପଡ଼ିବ ଶ୍ରୀଜିଉଙ୍କ ରାତ୍ର ପହୁଡ଼, କାଲି ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।