
ଭୁବନେଶ୍ୱର– ରାଜ୍ୟ ବିଜେପି ସଭାପତି କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେବିଜେପି ସାଂସଦ ପ୍ରଦୀପ ପୁରୋହିତ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଯିଏ ସଭାପତି ନାମାଙ୍କନ ଭରିବେ ତାଙ୍କ ପାଖକୁ ନିର୍ଦ୍ଦେଶ ଯାଇ ସରିଥିବ। ଆଉ ଏକ ଘଣ୍ଟା ଅପେକ୍ଷା କରନ୍ତୁ । ଏସବୁ ଜଣା ପଡ଼ିଯିବ । ଦୁଇ ଜଣ କେବେ ନାମାଙ୍କନ ଭରିବେ ନାହିଁ । ସହମତି ଭିତ୍ତିରେ ହେବ ବିଜେପି ରାଜ୍ୟ ସଭାପତି ନିର୍ବାଚନ । କେନ୍ଦ୍ରୀୟ ନେତୃତ୍ବ ଏହାକୁ ନେଇ ଯେଉଁ ନିଷ୍ପତି ନେବେ, ତାକୁ ସମସ୍ତେ ମାନିବେ ।