
ଭୁବନେଶ୍ୱର– ଏଗାର ଥର ପାଇଁ ହେଉଛି ଅଭିଯୋଗ ଶୁଣାଣୀ ।ନୂଆ ପ୍ରକୋଷ୍ଠରେ ହେଉଛି ଏହି ଶୁଣାଣୀ । ଲୋକଙ୍କ ମୁଖ୍ୟମନ୍ତ୍ରୀ ଶୁଣୁଛନ୍ତି ଲୋକଙ୍କ ଅଭିଯୋଗ । ଭୁବନେଶ୍ୱର ୟୁନିଟ 2 ସ୍ଥିତ କ୍ୟାପିଟାଲ ନର୍ସରୀ ନିକଟରେ ଚଳିତ ଥରର ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ କରାଯାଇଛି । ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ଏବଂ ଆଗକୁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାଇ ଅଭିଯୋଗ ଶୁଣି ତାର ସମାଧାନ କରିବା ନିଷ୍ପତ୍ତି ନେଇଛନ୍ତି ।ତେବେ ଏପର୍ଯ୍ୟନ୍ତ ଅନେକ ଲୋକଙ୍କ ଅଭିଯୋଗ ଶୁଣି ତାର ସମାଧାନର ପନ୍ଥା ବାହାର କରାଯାଉଥିବାରୁ ଲୋକମାନେ ମଧ୍ୟ ବିଶ୍ୱାସ କରିକି ଆସୁଛନ୍ତି ।ଏଥି ପାଇଁ ୧୦୦୦ ଲୋକ ଅନଲାଇନରେ ପଞ୍ଜିକରଣ କରିଛନ୍ତି । ବର୍ଷାକୁ ଦୃଷ୍ଟିରେ ରଖି ଅଭିଯୋଗ ପ୍ରକୋଷ୍ଠ ରେ କେମିତି ସୁରୁଖୁରୁରେ ସାଧାରଣ ଲୋକେ ଅଭିଯୋଗ କରିପାରିବେ ଓ ଶୁଣାଣୀ ସୁବିଧା ରେ ହୋଇ ପାରିବ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପ୍ରକୋଷ୍ଠରେ ବସିବାକୁ ସମସ୍ତ ସୁବିଧା କରାଯାଇଛି । ଚାରିପଟରେ କୁଲର ଓ ଫ୍ୟାନ ଲାଗିବା ସାଙ୍ଗକୁ ପିଇବା ପାଣି ଓ ଶୌଚାଳୟ ବ୍ୟବସ୍ଥା ହୋଇଛି ।